oom

ସାଇରାମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ : ପ୍ରଥମ ଦିନରେ ଦେଓଗାଁ ଓ ନାଇକେନସିରା ବିଜୟୀ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଅନ୍ତର୍ଗତ ବଡ଼ବନ୍ଧ ପଞ୍ଚାୟତର ସିଲେଟକାନି ଗାଁର ସାଇରାମ ଫୁଟବଲ ଏାସାସିଏସନ ଆନୁକୂଲ୍ୟରେ ୧୩ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଦିନରୁ ଆରମ୍ଭ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟକୁ ୧୨ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ସୁଶୀଳ ଚାନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ବଡବନ୍ଧ ସରପଞ୍ଚ ଧୁବଳେଶ୍ୱର ରାଉତ, ଧଣ୍ଡାମାଲ ସରପଞ୍ଚ ଦୟାନିଧି ଖମାରୀ, ଡା ଶଶୀ ଭୁଷଣ ସାହୁ, ପୂର୍ବ ସରପଞ୍ଚ ଅନ୍ତର୍ଯ୍ୟାମୀ ଭୋଇ ଯୋଗ ଦେଇଥିଲେ । ପ୍ରଥମ ମ୍ୟାଚଟି ଧଣ୍ଡାମାଲ ଓ ନାଇକେନଶିରା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ହେଲେ କେହି କାହାକୁ ଗୋଲ ଦେଇ ନ ପାରିବାରୁ ଟ୍ରାଇବିରେକରେ ୫-୪ ଗୋଲରେ ବିଜୟୀ ହୋଇଛି । ସେହିପରି ଦ୍ୱିତୀୟ ମ୍ୟାଚଟି ଦେଓଗାଁ ଓ ଉଳବା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୨-୧ ଗୋଲରେ ଦେଓଗାଁ ଦଳ ବିଜୟ ଲାଭ କରି ସେମି ଫାଇନାଲରେ ଉନ୍ନିତ ହୋଇଛି । ଆଜିର ଖେଳକୁ ଶଶୀ ବେହେରା ପରିଚାଳନା କରିଥିବା ବେଳେ ଜିତୁ ବଗର୍ତ୍ତୀ ଓ ରାକେଶ ଗଡ଼ତ୍ୟା ଲାଇନ ମେନ ଭାବରେ ସହଯୋଗ କରିଥିଲେ । ଟୁର୍ଣ୍ଣାମେଣ୍ଟ ପରିଚାଳନା କମିଟିର ସଦସ୍ୟ ରିଙ୍କୁ ବେହେରା, ସୁଦାମ ଦୀପ, ଚନ୍ଦ୍ରମଣି ଦଣ୍ଡସେନା, ବିନୋଦ ନାଗ, ପ୍ରଦୀପ ଦୀପ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.