୪୧ତମ ଅଲ୍‌ ଓଡିଶା ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ୍‌

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଆଗଲପୁର ଆଥ୍‌ଲେଟିକ୍‌ ଆସୋସିଏସନର ୪୧ତମ ଅଲ୍‌ ଓଡିଶା ଫୁଟବଲ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସରେ ପ୍ରଥମ ସେମିଫାଇନାଲ୍‌ ଅନୁଷ୍ଠିତ ହୋଇଯାଇଛି । ଲୋଇସିଂହା ବନାମ କୁଚିଣ୍ଡା (ବିଏଫସି) ମଧ୍ୟରେ ପ୍ରଥମ ସେମିଫାଇନାଲ ଖେଳ ଅନୁଷ୍ଠିତ ହୋଇ କୁଚିଣ୍ଡା ଦଳ ୧-୦ଗୋଲରେ ବିଜୟୀ ହୋଇ ଫାଇନାଲ୍‌ ଖେଳକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ବିଜେଡି ରାଜ୍ୟ ପରିଷଦ ସଭ୍ୟ ନିହାର ରଂଜନ ବେହେରା, ଝରନୀପାଲି ସମିତି ସଭ୍ୟ ନରେଶ ସାହୁ, ସମାଜସେବୀ ତଥା ଚାଷୀନେତା ସୁଧିର ପରିଚ୍ଛା ବଲାଙ୍ଗିର, ଅଖିଳ ତ୍ରିପାଠୀ, ହିମାଂଶୁ ବାଗ, ଜୟନ୍ତ ବେହେରା ପ୍ରମୁଖ ଯୋଗଦେଇ ଉଭୟ ଦଳ ଖେଳାଳି ମାନଙ୍କୁ ବନ୍ଧୁତ୍ୱପୂର୍ଣ୍ଣ ଭାବେ ଶାନ୍ତି ଶୃଙ୍ଖଳା ସହ ଉନ୍ନତମାନର ଖେଳ ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ । ଆଥ୍‌ଲେଟିକ୍‌ ଆସୋସିଏସନ ବିଶେଷ ଅତିଥି ରୂପେ ଲୋଇସିଂହା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରମାକାନ୍ତ ସେଠଙ୍କୁ ପାଇଥିଲା । ଖେଳ ପରିଚାଳନା କରିଥିଲେ ପଂଚାନନ ସାହୁ, ସଂଜୀବ ମହାରଣା, ସୁରେଶ ନାଏକ ଏବଂ ମୁନୁ ବେହେରା । ପରବର୍ତ୍ତୀ ଖେଳ ରାଉରକେଲା ବନାମ ଝାରସୁଗୁଡା ମଧ୍ୟରେ ଅନୁଷ୍ଠିତ ହେବ ବୋଲି କମିଟି ତରଫରୁ ସୂଚନା ମିଳିଛି ।

jittmm
Leave A Reply

Your email address will not be published.