୬ତମ ଠାକୁର ଦେଓ ଫୁଟବଲ ପ୍ରତିଯୋଗିତା : ବଲାଙ୍ଗିରକୁ ହରାଇ ଫାଇନାଲରେ ପହଞ୍ଚିଲା ପାଟଣାଗଡ 

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ହାତୀସରା ପଞ୍ଚାୟତ ନାଇକେନଶିରା ଖେଳ ପଡ଼ିଆରେ ଜଗନ୍ନାଥ କ୍ଳବ୍ ଉପରପଡ଼ା ନାଇକେନଶିରା ପକ୍ଷରୁ ଠାକୁର ଦେଓ ଫୁଟବଲ ପ୍ରତିଯୋଗିତା ମଙ୍ଗଳବାର ଦିନ ଦ୍ଵିତୀୟ ସେମିଫାଇନାଲ ମ୍ୟାଚରେ ବଲାଙ୍ଗିର ଦଳକୁ ୨-୦ଗୋଲରେ ପାଟଣାଗଡ ଦଳ ହରାଇ ଫାଇନାଲରେ ପହଞ୍ଚିଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାର୍କଣ୍ଡ ମେହେର, ସୁଶାନ୍ତ ବଢିଆ ଓ ଦକ୍ଷ ମେହେର ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଏହି ଖେଳକୁ ଦେବାଶିଷ ବାଗ, ସଞ୍ଜୀବ ମହାରଣା, ସଞ୍ଜନ କୁଦେଇ ପରିଚାଳନା କରିଥିଲେ । ଆଜି କଳାହାଣ୍ଡି ଓ ପାଟଣାଗଡ ଦଳ ମଧ୍ୟରେ ଫାଇନାଲ ମ୍ୟାଚ ହେବା ନେଇ କମିଟି ପକ୍ଷରୁ ସୂଚନା ମିଳିଛି । 

Leave A Reply

Your email address will not be published.