- ସାଇଟ, ବିଏମ୍ସି, ରେଙ୍ଗଟାସିଲ, ମହିପୁର ଓ ପ୍ରୋଗ୍ରେସିବ୍ କ୍ଲବ ଏ ବିଜୟୀ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ୫ ଗୋଟି ପଡିଆରେ ଫୁଟ୍ବଲ୍ ଖେଳ ଅନୁଷ୍ଠିତ ହୋଇଯାଇଛି । ପଲ୍ଲୀଶ୍ରୀ ବିହାର ଷ୍ଟାଡିୟମ ସଦାଇପାଲିରେ ସାଇଟ ଦଳ ରିଜର୍ଭ ପୋଲିସ ଦଳକୁ ୧-୦ ଗୋଲରେ ହରାଇ ବିଜୟୀ ହୋଇଛି । ଅତିଥି ଭାବରେ ଜିଲ୍ଲା କ୍ରୀଡା ସଂସଦର ବରିଷ୍ଠ ସଦସ୍ୟ ଜୟରାମ ମିଶ୍ର, ସାଇଟ ଅନୁଷ୍ଠାନର ଅଦିତ୍ୟ କୁମାର ପଟ୍ଟନାୟକ, ସନ୍ତୋଷ ବ୍ରହ୍ମା ଓ ପୂର୍ବତନ ଫୁଟବଲ ଖେଳାଳି ତଥା ଚୟନ କମିଟି ସଦସ୍ୟ ଶ୍ରୀକାନ୍ତ ରାଉତ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଖେଳକୁ ସଂଜୀବ ମହାରଣା, ସୁଦର୍ଶନ ସେଠ, ସୁରେଶ ନାଏକ ଓ ସୁଧାଂଶୁ ସେଠ ପରିଚାଳନା କରିଥିଲେ । ଖୁଜେନପାଲି ପଡିଆରେ ବିଏମ୍ସି ୧-୦ ଗୋଲରେ ସମଲେଶ୍ୱରୀ ଗଇଁନ୍ତଲା ଦଳକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବରେ ନିହାର ରଂଜନ ସ୍ୱାଇଁ ଓ କ୍ରୀଡା ଅଧିକାରୀ ପରାଶର ବାଗ ଯୋଗ ଦେଇଥିଲେ । ଖେଳକୁ ଦେବାଶିଷ ବାଗ, ବିକି ବିଶି, ଖଲିଲଉର ରହେମାନ ଓ ନରସିଂସ୍ୱାମୀ ନାଇଡୁ ପରିଚାଳନା କରିଥିଲେ । ଚୁଡାପାଲି ପଡିଆରେ ରେଙ୍ଗଟାସିଲ ଦଳ ଭାଲୁପିଟା ଦଳକୁ ୩-୨ ଗୋଲରେ ହରାଇ ବିଜୟ ହାସଲ କରିଛି । ଅତିଥି ଭାବରେ ପୂର୍ବତନ ସଦର ବ୍ଲକ ଅଧ୍ୟକ୍ଷ ଗୁଲାପ ବାଗ ଯୋଗ ଦେଇଥିଲେ । ଖେଳକୁ ପୁରୁଷୋତ୍ତମ ବୁଡେକ, ଜଳନ୍ଧର ସାହୁ, ଉମେଶ ଚନ୍ଦ୍ର ଭୋଇ ଓ ବୈକୁଣ୍ଠ ଜେନା ପରିଚାଳନା କରିଥିଲେ । ଜରାସିଂହା ମିନି ଷ୍ଟାଡିୟମରେ ମହିପୁର ୪-୦ ଗୋଲରେ କରେଲଧୁଆ ଦଳକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବରେ ଦେଓଗାଁ ସିଏଚ୍ସି ଡା. ଚିତ୍ତରଂଜନ ମିଶ୍ର ଓ ଡା. ପ୍ରମୋଦ କୁମାର ସାହୁ ଯୋଗ ଦେଇଥିଲେ । ଖେଳକୁ ସଞ୍ଜନ କୁଦେଇ, କୈଳାସ ଚନ୍ଦ୍ର କର୍ତ୍ତି, ଲକ୍ଷ୍ମୀଧର ମହାନ୍ତି ଓ ଶ୍ରୀବତ୍ସ ମେହେର ପରିଚାଳନା କରିଥିଲେ । ଟାଉନ ହାଇସ୍କୁଲ ଖେଳ ପଡିଆରେ ପ୍ରୋଗ୍ରେସିଭ୍ କ୍ଲବ (ଏ) ଠିକାଦାରପଡା ଆର.କେ ଷ୍ଟିଲ ଦଳକୁ ୩-୦ ଗୋଲରେ ହରାଇ ବିଜୟୀ ହୋଇଛି । ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ, ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂଦେଓ ଯୋଗ ଦେଇଥିଲେ ଏବଂ କ୍ଲବର ସଦସ୍ୟବୃନ୍ଦ ସୁରେନ୍ଦ୍ର ବାଗ, କାଲିଚରଣ ବିଶ୍ୱାଲ, ମନୋଜ ଗୁରୁଙ୍କ ସମେତ ଫୁଟବଲ ସଂପାଦକ ହେମନ୍ତ ବେହେରା ମଂଚାସୀନ ଥିଲେ । ଖେଳକୁ ଶୁଶାନ୍ତ କୁମାର ନାଗ, ଜିତେନ୍ଦ୍ର ପାତ୍ର, ଶୁଭ୍ରାଂଶୁ ଶେଖର ରାଉତ ଓ ଅବଦୁଲ ମୁଜିବ ପରିଚାଳନା କରିଥିଲେ ।