jayashree

ବଲାଙ୍ଗିର ଜିଲ୍ଲା ସିନିୟର ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୨ ସେପ୍ଟେମ୍ବର ୪ରୁ

  • ଭାଗ ନେବେ ପୁରୁଷ ୯୪ ଦଳ ଓ ମହିଳା ୫ ଦଳ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ସେପ୍ଟେମ୍ବର ୪ ତାରିଖଠାରୁ ଜିଲ୍ଲାର ୧୧ ଗୋଟି ପଡିଆରେ ନକ୍‌ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଫାଇନାଲ ଖେଳ ୨୪ ତାରିଖରେ ଗାନ୍ଧି ଷ୍ଟାଡିୟମ ଠାରେ ଖେଳାଯିବ । ସେହିପରି ୨୨ ଓ ୨୩ ତାରିଖରେ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ଗାନ୍ଧୀ ଷ୍ଟାଡିୟମଠାରେ ଅନୁଷ୍ଠିତ ହେବ । ସିହିନୀ, ସଇଁତଲା, ଚନ୍ଦନଭାଟି, ଶିବତଲା ଓ ଭାଲେର ସାଉନ୍ତପୁର ମିଳିତ ମହିଳା ଦଳ ଗୁଡିକ ଯୋଗ ଦେବେ । ଖେଳାଳୀ ଓ ଖେଳ ପ୍ରେମୀମାନଙ୍କ ନିମିତ୍ତ ଦଳମାନଙ୍କୁ ୨ ଗୋଟି ପୁଲ ଓ ୧୬ ଗୋଟି ଗ୍ରୁପରେ ରଖାଯାଇଛି । ଗ୍ରୁପ ‘ଏ’ରେ ଲୋଇସିଂହା ମିନି ଷ୍ଟାଡିୟମରେ ଏ.ପି.ଜେ ଲୋଇସିଂହା, ଏସ୍‌.ସି. ସଲତରପାଲି, ଏସ୍‌.ଆର.ଏଫ୍‌.ଏ. ତେନ୍ତୁଲିଖୁଣ୍ଟି, ଆର.ଏସ୍‌.ଏଫ୍‌.ଏ. ମାଣ୍ଡିଆପଦର, ଏ.ବି.ଏଫ୍‌.ଏ. ଲୋଇସିଂହା ଓ ଡେଙ୍ଗଜୁରୀ ଏଲ୍‌.ଏସ୍‌ ଖେଳିବେ । ଗ୍ରୁପ ବିରେ ଲୋଇସିଂହା ମିନି ଷ୍ଟାଡିୟମରେ ମନହିରା ୱାଇ ଏସ୍‌.ଏଫ୍‌.ଏ., ଏଚ୍‌.ଆର.ଡି.ଏ. ଖଲିଆପାଲି, ଯୋଗିସର୍ଡା ଜେ.ଏଚ୍‌.ଏଫ୍‌.ଟି ଝାରମୁଣ୍ଡା ଏଫ୍‌.ଏ. ଓ କୁଶଙ୍ଗ ଏଫ୍‌.ଟି ଖେଲିବେ । ଗ୍ରୁପ ସିରେ ମିଶନ ଖେଳ ପଡିଆରେ ସି.ସି.ଏଫ୍‌.ଏ. ଚାଣ୍ଟିମୁଣ୍ଡା ଆର.କେ.ୱାଇଏସ୍‌, କନ୍ଧପାଲି ମାଣିକେଶ୍ୱରୀ ଡୁଙ୍ଗୁରିପଡା ଫୁଟବଲ ଏସୋସିଏସନ ଓ କରେଇଧୁଆ ଏସ୍‌.ଏଫ୍‌.ଏ. ଖେଳିବେ । ଗ୍ରୁପ ଡିରେ ହୋମଗାର୍ଡ ସ୍ପେଟିଙ୍ଗ, ଏଲ୍‌.ଇ.ସି.ଟି. ଜେ.ଆଇ.ଟି.ଏମ୍‌ ପୋଗ୍ରେସିଭ୍‌ କ୍ଲବ, କନକପୁର ଏନ୍‌.କେ.ୱାଇ.ଏସ୍‌. ସୁଦପଡା ଏଫ୍‌.ଏ. ଓ କାଲସାଏପାଲି ଜେ.କେ.ୱାଇ.ଏସ୍‌ ଖେଳିବେ । ଗ୍ରୁପ ଇରେ ଚୁଡାପାଲି ଖେଳ ପଡିଆରେ ନକଟାସର ଜି.ୱାଇ.ଡି.ସି., ୱାଇ.ଏସ୍‌.ଏଫ୍‌.ସି. ଭାଲୁପିଟା, ଡଙ୍ଗାଘାଟ ଜେ.କେ.ଏଫ୍‌.ଏ., ଆଦିବାସୀ କ୍ଲବ ସୁନା ମୁଦି ଓ ରୁଗୁଡିମୁଣ୍ଡା ଏନ୍‌.ୱାଇ.ଡି.ସି. ଖେଲିବେ । ଗ୍ରୁପ ଏଫ୍‌ରେ ଚୁଡାପାଲି ଖେଳ ପଡିଆରେ ଚୁଡାପାଲି ନବଜ୍ୟୋତି, ମାୟାବର୍ହା ଏଫ୍‌.ଟି, ରେଙ୍ଗଟାସିଲ ଏନ୍‌.ଜେ.ଏଫ୍‌.ଏଫ୍‌, ବି.ବି.ଏଫ୍‌.ସି. ରାମପୁର, ଭାଲୁଦର୍ହୋ ଏଫ୍‌.ସି ଓ କୁତମୁଣ୍ଡା ଡି.ସି. ଖେଳିବେ । ଗ୍ରୁପ ଜିରେ ହଳଦୀ ଖେଳପଡିଆରେ ଇ.ବି.ଏଫ୍‌.ଏ. ହଳଦୀ, ପତ୍ରାପାଲି (ଖ) ଏଲ୍‌.ବି.ଏସ୍‌ ମାଲପଡା ଏସ୍‌.ଏସ୍‌.ସି.ଏ.ୱାଇ.ଏସ୍‌ ମୁରିବାହାଲ, ଏମ୍‌.ବି.ଏସ୍‌.ଏଫ୍‌.ଟ ଡୁଡୁକାପଡା, ବଙ୍ଗୋମୁଣ୍ଡା ଏସ୍‌.ବି.ଏଫ୍‌.ଟି, ବିଛୁବାହାଲି ବି.ଆର.ଏଫ୍‌.ସି. ହଳଦି, ଜେ.ଏମ୍‌.ଡି.ବି. ଓ କଣ୍ଟାବାଞ୍ଜି କେ.ଏଫ୍‌.ସି. ଖେଳିବା । ଗ୍ରୁପ ଏଚ୍‌ ତୁର୍ଲା ଖେଳପଡିଆଠାରେ ସହିଦ ଜିମ୍ନାସିୟମ ଟିଟିଲାଗଡ, ତୁର୍ଲା ଏଚ୍‌.ୱାଇ.ଏସ୍‌ ସିହିନୀ ଏଫ୍‌.ସି. ଜେ.ତି କ୍ଲବ ଭାଟିପଡା, ଜି.ଏସ୍‌.ପି. ଟିଟିଲାଗଡ, ନାନାଝର ରାଜୀବ କ୍ଲବ, ଖୋଲାନ ଡି.ଏଫ୍‌ଏ.ଓ ଚିକେନିବାହାଲି ଏଫ୍‌.ଟି ଖେଳିବା । ଗ୍ରୁପ ଆଇରେ ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ସାଇଟ ସ୍ପୋଷ୍ଟ ସୋସାଇଟି ସଦାଇପାଲି, ଜେ.ଜି.ଏଫ୍‌.ଏ. କୁଶମେଲ, ବିଡିଘାଟ ୱା.ଏସ୍‌.ଏଫ୍‌.ଟି, ଚନ୍ଦନଭାଟି ଏଫ୍‌.ଏ. ଓ ସରଗାଡ ଏଫ୍‌.ଏ. ଖେଳିବେ । ଗ୍ରୁପ ଜେରେ ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ଅମାମୁଣ୍ଡା ଏ.ଏ., ନେ.ୱାଇ.ଏସ୍‌. ବରକାନି, ଜେ.ଏସ୍‌.ସି. ଗେର୍ଡି, ବାଗଡିଆ, ଏମ୍‌.ଏମ୍‌.ଏଫ୍‌.ଏ. ଓ ଆଗଲପୁର ଇଲେଭେନଷ୍ଟାର ଖେଳିବେ । ଗ୍ରୁପ କେ ରେ ଖୁଜେନପାଲି ପଡିଆରେ ଖଲିଆପାଲି ଜେ.ଏସ୍‌.ଆର.ଏଫ୍‌.ଏ. କୁରୁଲ, କୁଦେଇପାଲି, ବି.ବି.ଏଫ୍‌.ଏ., ଏନ୍‌.ଏସ୍‌.ସ୍ପୋଟିଙ୍ଗ ଓ ମହିମୁଣ୍ଡା ଜେ.ଏଫ୍‌.ଏ. ଖେଳିବେ । ଗ୍ରୁପ ଏସ୍‌ ଖୁଜେନପାଲି ପଡିଆରେ ଗଇଁନ୍ତଲା ଏସ୍‌.ସି. ଭାଲେର ଏଫ୍‌.ସି. ଜେ.ଏଫ୍‌.ଏ. ଖୁଜେନପାଲି, ଜେ.ଡି.ଏଫ୍‌.ଏ. ବାଗଭାଡି ଓ ବ୍ଲୁ ମାଉଣ୍ଟେନ୍‌ କ୍ଲବ ଖେଳିବେ । ଗ୍ରୁପ ଏମ୍‌ରେ ଖପ୍ରାଖୋଲ ପଡିଆରେ ଧଣ୍ଡାମୁଣ୍ଡା ଏଫ୍‌.ସି., କୁଆବାହାଲ, ସାଇନିଂ ଷ୍ଟାର, ମହରାପଦର ବି.ଡି.ଏସ୍‌., ବେନକେରା ଆଦିବାସୀ କ୍ଲବ, ଖପ୍ରାଖୋଲ ଟାଉନ ଟିମ୍‌ ଓ ଲୁହାସିହା ଏଫ୍‌.ସି. ଖେଳିବେ । ଗ୍ରୁପ ପିରେ ପାଟଣାଗଡ ହାଇସ୍କୁଲ ପଡିଆରେ ପାଟଣାଗଡ ଏଫ୍‌.ଏ. ତେନ୍ତୁଳିମୁଣ୍ଡା ଏସ୍‌.ସି., ଦେଦର୍ହ ୱାଇ.ଡି, ମଲିକ ମୁଣ୍ଡା ଏସ୍‌.ଜି.ପି.ସି, ଖୁଣ୍ଟସମଲାଇ ଆର.ୱାଇ.ଏସ୍‌ ଓ ଭରୁଆମୁଣ୍ଡା ଆଦିବାସୀ ଏଫ୍‌.ଟି. ଖେଳିବେ । ଗ୍ରୁପ ଓରେ ଜରାସିଂହା ମନିଷ୍ଟାଡିୟମ ଠାରେ ବି.ଏନ୍‌.ଏ.ଏ. ଜରାସିଂହା, ସିରାବାହାଲ ଏମ୍‌.ଏମ୍‌.ଏଫ୍‌.ଏ. ଘୁଚିପାଲି ପି.ଏ.ଏଫ୍‌.ଏ. ଭୁତିଆରବାହାଲ ଏଫ୍‌.ସି. ଅର୍ନ୍ତଳା ଏମ୍‌.ସି.ଏଫ୍‌.ଟି ଓ ପ୍ରିନ୍ସ କ୍ଲବ ମୁରସିଂ ଖେଳିବେ । ଗ୍ରୁପ ପିରେ ୟୁଥ କ୍ଲବ ମହିପୁର, ଚନ୍ଦ୍ରପୁର ବି.ଏ.ଏଫ୍‌.ସି. ବଡଙ୍ଗୋମୁଣ୍ଡା ବି.ଏଫ୍‌.ଟି. ତୁଷୁରା ବି.ଇ., ହାତୀସରା ବି.ବି.ଏଫ୍‌.ଟି ଓ ଆଦିବାସୀ ଜେ.ଏସ୍‌.ଏଫ.ଏ. ବାର୍ଲା ଖେଳିବେ । ୧୫ ତାରିଖଠାରୁ ସପର ନକ୍‌ ଆଉଟ ଖେଳ ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଓ ଗାନ୍ଧୀ ଷ୍ଟାଡିୟମ ବଲାଙ୍ଗିରଠାରେ ଅନୁଷ୍ଠିତ ହେବ । ଖେଳ ପ୍ରେମୀ ବହୁ ସଂଖ୍ୟାରେ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିବାକୁ କ୍ରୀଡା ସଂସଦ ପକ୍ଷରୁ କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, ସାଧାରଣ ସଂପାଦକ ହରି ନାରାୟଣ ପୂଜାରୀ, ଟୁର୍ଣ୍ଣାମେଣ୍ଟ ଅଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର ଓ ଫୁଟବଲ ସଂପାଦକ ହେମନ୍ତ କୁମାର ବେହେରା ଅନୁରୋଧ ଜଣାଇଛନ୍ତି ।

Leave A Reply

Your email address will not be published.