oom

ବଡଟିକା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ପୁଲବିରୁ ବରଗଡ ୟୁନାଇଟେଡ୍‌ ସେମିଫାଇନାଲକୁ ପ୍ରବେଶ

jsmm

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ବଡଟିକା ଠାରେ ଆୟୋଜିତ ବଡଟିକା କପ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସର ଖେଳରେ ବରଗଡ ୟୁନାଇଟେଡ ଦଳ ସେମିଫାଇନାଲକୁ ପ୍ରବେଶ କରିଥିବା ସୂଚନା ମିଳିଛି । ବରଗଡ ୟନାଇଟେଡ ଦଳ ଜରାସିଂହା ଏଫସି ଦଳକୁ ୩ – ୦ ଗୋଲରେ ବିଜୟୀ ହୋଇ ପୁଲବିରୁ ସେମିଫାଇନାଲକୁ ପ୍ରବେଶ କରିଛି । ଉକ୍ତ ମ୍ୟାଚରେ ମୁଖ୍ୟ ଅତିଥିଭାବେ ସମାଜସେବୀ ଜୟପ୍ରକାଶ ପତି ଯୋଗଦେଇଥିବା ବେଳେ ଦିଲିପ ବାରିକ, ବିଦ୍ୟୁତ ରଂଜନ ପଧାନ, ବଡଟିକା ସରପଂଚ ଉଦୟନାଥ ନାଏକ, ପୂର୍ବ ସରପଂଚ ଅଶୋକ ପଟେଲ, କଲାରସିଂ ବାଗ, ରଘୁନାଥ ବେହେରା ପ୍ରମୁଖ ସମ୍ମନୀତ ଅତିଥି ଭାବେ ଯୋଗଦେଇ ଉଭୟ ଦଳର ଖେଳାଳୀମାନଙ୍କୁ ବନ୍ଧୁତାସହ ଶାନ୍ତି ଶୃଙ୍ଖଳା ରକ୍ଷାକରି ଉନ୍ନତ ଖେଳ ପରିଦର୍ଶନ କରିବାକୁ ଉଭୟ ଦଳର ଖେଳାଳୀମାନଙ୍କୁ ପରାମର୍ଶ ଦେଇଥିଲେ । କ୍ରୀଷ୍ଣା ହରପାଲ (ବରଗଡ ୟନାଇଟେଡ ଦଳ) ଖେଳାଳି ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇ ପୁରଷ୍କୃତ ହୋଇଥିବା ସୂଚନାରୁ ପ୍ରକାଶ । ମ୍ୟାଚ କମିଶନର ସୁଦୟ ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦେବାଶିଷ ବାଗ, କରୁଣାକର ପଧାନ, ସୁଧାଂଶୁ ଶେଖର ସେଠ, ସଞିବ ମହାରଣା ଖେଳ ପରିଚାଳନା କରିଥିଲେ । ମଂଚ ପରିଚାଳନା କରିଥିଲେ ଆନନ୍ଦ ପଧାନ ଓ କ୍ରୀଡା ସଂଘର ସଭାପତି ସହ କମିଟିର ସମସ୍ତ ସଭ୍ୟମାନଙ୍କ ସହ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ । ପରବର୍ତ୍ତୀ ମ୍ୟାଚ ୧୦ – ୧ – ୨୫ସମ୍ବଲପୁର ଏଫସି ଓ ଦୋସ୍ତି ବ୍ରଦର୍ସ ସୁନ୍ଦରଗଡ ମଧ୍ୟରେ ଅନୁଷ୍ଠିତ ହେବା ନେଇ କମିଟି ଠାରୁ ସୂଚନା ମିଳିଛି ।

jittmm
Leave A Reply

Your email address will not be published.