oom

୨୨ ତମ ଚ୍ୟାଲେଞ୍ଜିଙ୍ଗ୍‌ ଫୁଟ୍‌ବଲ୍‌ ରାଡବାହାଲରେ ମଧ୍ୟପୁର୍ ଚାମ୍ପିୟନ

jsmm

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ରାଡବାହାଲ ଖେଳ ପଡିଆଠାରେ ୨୨ ତମ ଚ୍ୟାଲେଞ୍ଜିଙ୍ଗ୍‌ ଫୁଟବଲ ରାଡବାହାଲର ଫାଇନାଲ୍ ମ୍ୟାଚ କଣ୍ଟାବାଞ୍ଜି ବନାମ ମଧ୍ୟପୁର୍ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଉକ୍ତ ମ୍ୟାଚ୍‌ରେ ମଧ୍ୟପୁର୍ ଫୁଟବଲ ଟିମ୍ କଣ୍ଟାବାଞ୍ଜି ଫୁଟ୍‌ବଲ୍‌ ଟିମ୍ ୧ଟି ଗୋଲସ୍କୋର କରି ଚାମ୍ପିୟନ ହୋଇଥିଲା । ଆଜିର ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଅତିଥି । ବଲାଙ୍ଗିର ଜିଲ୍ଲା କୋଶଳର ଯୁବ ସଭାପତି ବନମାଳୀ ନାଏକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ୨୬ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଦାମୋଦର ଯୋଷୀ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବରେ ମୁରିବାହାଲ ବ୍ଲକ କୋଶଳ ଯୁବ ସଭାପତି ଉମେଶ କୁମାର ବନଗୁଳା, ସତ୍ୟନାରାୟଣ ପାଢି ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରି ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ । ଆଜିର ଖେଳଟିକୁ ଆଶୀର୍ବାଦ ସାହା ପରିଚାଳନା କରିଥିବା ବେଳେ ପାଣ୍ଡବ ବିଶି ଓ ରିଙ୍କୁ ବିଶି ଲାଇନରେ ସହଯୋଗ କରିଥିଲେ ଏବଂ ହେମନ୍ତ ବେହେରା ଧାରା ବିବରଣୀ ପ୍ରଦାନ କରିଥିଲେ । ଟୁର୍ଣ୍ଣାମେଣ୍ଟର ସଭାପତି ପିଙ୍କୁ ବାରଲେବିଡିଆ ଓ ସମ୍ପାଦକ ସୂରଜ ବାଗ ଥିବା ବେଳେ ଚ୍ୟାଲେଞ୍ଜିଙ୍ଗ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟର ଶିବା ଯୋଶୀ, କହ୍ନେଇ ବାରଲେବିଡିଆ, କୁମର ମଲ୍ଲିକ, ରୋଶନ ହଂସ, ଧନଞ୍ଜୟ ବେଣ୍ଟକାର ପ୍ରମୁଖ ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.