ଆଖଣ୍ଡଳମଣି ଯୋଗ ଶିକ୍ଷା କେନ୍ଦ୍ର ପକ୍ଷରୁ ଫୁଡ୍ ମହୋତ୍ସବ ପାଳିତ

ଭଦ୍ରକ : ୨୦୨୨ ବର୍ଷକୁ ବିଦାୟ ଦେଇ ୨୦୨୩କୁ ସ୍ୱାଗତ କରିବାର ଲକ୍ଷ୍ୟ ନେଇ ଶନିବାର ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ଆଖଣ୍ଡଳମଣି ଯୋଗ ଶିକ୍ଷା କେନ୍ଦ୍ର ପକ୍ଷରୁ ଏକ ଫୁଡ ମହୋତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଯୋଗ ଶିକ୍ଷା କେନ୍ଦ୍ରର ମହିଳା ଓ ପୁରୁଷମାନେ ନିଜ ଘରେ ପ୍ରସ୍ତୃତ କରି ଆଣିଥିଲେ ଭଳିକି ଭଳିକି ପିଠା ପଣା । ଓଡିଆ ଘରର ପିଠାପଣା । କିଏ ଆଣିଥିଲେ ଆରିଶା, କାକରା, ଭଜା ମଣ୍ଡା, ଏଣ୍ଡୁରୀ ପିଠା, ଛେନା ପୋଡ, ପୋଡ ପୀଠା, ଦହିବରା,ଦହିପଖାଳ, ଖିରି, ରସଗୋଲା, ଷ୍ଟିମ୍ କେକ୍ ଆଦି ଆଣି ସଜେଇ କରି ରଖିଥିଲେ । ଫୁଲର ସମ୍ଭାର ଭିତରେ ଝୋଟି ଚିତାରେ ସୁନ୍ଦର ପରିବେଶ ସୃଷ୍ଟି କରାଯାଇ ତା ଉପରେ ପିଠା ଆଦି ରଖାଯାଇଥିଲା । ପ୍ରାୟ ୫୫ ପ୍ରକାରର ପିଠା, ଛେନାପୋଡ, ଛେନାପୀଠା ଆଦି ପ୍ରସ୍ତୁତ କରାଯାଇ ସମସ୍ତ ଶିକ୍ଷାର୍ଥୀମାନଙ୍କ ଭିତରେ ବଣ୍ଟନ କରାଯାଇଥିଲା ।

ମଧୁମେହ ବା ଡାଇବେଟିସ, ରକ୍ତଚାପ ବା ବ୍ଲଡପ୍ରେସର ଓ ମୋଟାପା ଦୂରେଇବା ପାଇଁ ଆଖଣ୍ଡଳମଣି ଯୋଗଶିକ୍ଷା କେନ୍ଦ୍ର ଯୋଗ ଶିକ୍ଷା ନିଅନ୍ତି । କିନ୍ତୁ ଆଜିର ଏହି ଖାଦ୍ୟ ସମ୍ଭାରକୁ ବେଶ ଆଗ୍ରହର ସହ ପ୍ରସ୍ତୃତ କରିଛନ୍ତି ଶିକ୍ଷାର୍ଥୀମାନେ । ଯୋଗଗୁରୁ ମନୋଜ ନାୟକ ମଧ୍ୟ ସମସ୍ତ ଶିକ୍ଷାର୍ଥୀମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ସମସ୍ତେ ୨୦୨୩ ମସିହାରେ ସୁନ୍ଦର ଜୀବନ ବିତାନ୍ତୁ ସରଳ ଓ ସରସ ଜୀବନ ଆରମ୍ଭ କରନ୍ତୁ ବୋଲି କହିଛନ୍ତି ।

Leave A Reply

Your email address will not be published.