ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ଫୁଡ ଫର ଅଲ କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଲାୟନ୍ସ୍ କ୍ଲବ୍ ସଦାବେଳେ ଜନ ହିତକର କାର୍ଯ୍ୟ କରାଯାଇଥାଏ । ଏହି ପରିପ୍ରେକ୍ଷିରେ ପବିତ୍ର ପିତୃ ପକ୍ଷ ସପ୍ତାହ ଅବସରରେ ଟିଟିଲାଗଡ଼ ଲାୟନସ କ୍ଲବ ତରଫରୁ ଶନିବାର ଦିନ ମାଁ ଘଣ୍ଟାଶୁଣି ମନ୍ଦିର ସମ୍ମୁଖରେ ଫୁଡ଼ ଫର ଅଲ କାର୍ଯ୍ୟକ୍ରମ ସଭାପତି ଗଙ୍ଗାଧର ଶର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଦିନ ୧୨.୩୦ରୁ ରନ୍ଧା ଖାଦ୍ୟ ସମସ୍ତ ଜନ ସାଧାରଣଙ୍କୁ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମର ପ୍ରୋଜେକ୍ଟ ଚେୟାରମେନ ଭାବେ ଶ୍ରୀମତି ଗୀତାଞ୍ଜଳି ମହାରଣା ଦାୟିତ୍ଵ ନେଇଥିବା ବେଳେ କ୍ଲବ ସମ୍ପାଦକ ଆବାସ ଖାଁ, କ୍ଲବର ପୂର୍ବତନ ସଭାପତି ଶ୍ରୀମତୀ ବିନ୍ଦୁ ସାହୁ, ସଦସ୍ୟ ଶ୍ରୀମତି ଲଳିତା ଲାଠ, ଲାୟନ ଡିସି କମ୍ୟୁନିଷ୍ଟଟି କିଚେନ ଲିଙ୍ଗରାଜ ସାହୁ, କ୍ଲବର୍ ବରିଷ୍ଠ ସଦସ୍ୟ ଲାୟନ ଦୀପକ ସାହୁ, ସଂଗୀତା ସାହୁ, ରାମ ଗୋପାଳ ଚୌଧୁରୀ, ଈଶ୍ୱର ଜୈନ, ଗୋପାଳ ଲାଠ, ସୁଜିତ ଚୌଧୁରୀ, ବିନାୟକ ଦାସ, ସଞ୍ଜୟ କୁମାର ନାୟକ, ସତ୍ୟ ନାରାୟଣ ଶର୍ମା, ରତ୍ନାକର ସାହୁ, ମିନାକ୍ଷୀ ସାହୁ, ଲିଓ ଲାୟନ ଅଙ୍କିତ ଗୁପ୍ତା , ଆକାଶ ଜୈନ, ଆନନ୍ଦ ଜୈନ, ଡଃ. ନରେନ୍ଦ୍ର ଅଗ୍ରୱାଲ, କୋଷାଧ୍ୟକ୍ଷ ସଜ୍ଜନ କମାନୀ, ଉମେଶ ଶର୍ମା, ବବିତା ଶର୍ମା ପ୍ରମୁଖ ଯୋଗଦେଇ ଏହି ସେବା କାର୍ଯ୍ୟ ତୁଲାଇ ଥିଲେ । କ୍ଳବର ସଦସ୍ୟ ତଥା ଟିଟିଲାଗଡ଼ ବିଧାୟକ ନବୀନ ଜୈନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ମଧ୍ୟ ଏହି ସେବା କାର୍ଯ୍ୟରେ ଯୋଗଦେଇଥିଲେ ।

jittmm
Leave A Reply

Your email address will not be published.