ଫାଷ୍ଟଫୁଡ଼ ଦୋକାନରେ ମଦ ବିକ୍ରି ଅଭିଯୋଗରେ ପୁଇଁତଲା ପୁଲିସର ଚଢାଉ

ପୁଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅର୍ନ୍ତଗତ ସାନ୍ତପୁର ଗ୍ରାମରେ ପୁଇଁତଲା ପୁଲିସ ଏକ ଫାଷ୍ଟ ଫୁଡ୍ ଦୋକାନରେ ଚଢାଉ କରି ମଦ ଜବତ କରିଥିବା ନେଇ ଖବର ମିଳିଛି । ଘଟଣାରେ ଫାଷ୍ଟ ଫୁଡ୍ ଦୋକାନ ମାଲିକ ମୁକେଶ ନାଏକକୁ ମଧ୍ୟ ପୁଲିସ ଗିରଫ କରିଥିବା ନେଇ ସୂଚନା ରହିଛି । ସୂଚନା ଅନୁସାରେସାଉନ୍ତପୁର ଗ୍ରାମରେ ବେଆଇନ ଭାବରେ ମଦ ବିକ୍ରି ହୋଇଥିବା ନେଇ ପୁଇଁତଲା ପୁଲିସ କୌଣସି ସୂତ୍ରରୁ ଖବର ପାଇ ଫାଷ୍ଟ ଫୁଡ ଦୋକାନ ଉପରେ ଚଢାଉ କରିଥିଲା । ଚଢାଉରେ ୪୫ ଟି ବିଦେଶୀ ବ୍ରାଣ୍ଡର ମଦ ବୋତଲ ସେ ଜାଗାରୁ ପୁଲିସ ଜବତ କରିଥିବା ବେଳେ ଦୋକାନ ମାଲିକ ମୁକେଶ ନାଏକକୁ ମଧ୍ୟ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ପୁଲିସ ବୋଲିସ ସୂଚନା ମିଳିଛି ।

Leave A Reply

Your email address will not be published.

error: Content is protected !!