om academy

ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅବସରରେ ଫେସନ୍ ସୋ

jsm
  • ସୁବର୍ଣ୍ଣପୁରକୁ ବିଦେଶାଗତ ପକ୍ଷୀଙ୍କ ଉପରେ ଆଲୋଚନା ଚକ୍ର
  • ମାଠିଆ ଭଂଗା ପ୍ରତିଯୋଗିତା ସମାରୋହ
    ଧର୍ମଶାଳା, (କେପିଏନ୍‌ଏସ୍‌) : ଧର୍ମଶାଳା ଯୁକ୍ତଦୁଇ ମହାବିଦ୍ୟାଳୟ, ଧର୍ମଶାଳା, ସୁବର୍ଣ୍ଣପୁରରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ଓ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ପ୍ରଯୋଜନାରେ ଅନୁଷ୍ଠାନର ନୂଆ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହିତ ଚାଲିଛି । “କ୍ରୀଡ଼ା, ସାମାଜିକ କାର୍ଯ୍ୟକଳାପ ଓ ସଂସ୍କୃତିର ମହାପାର୍ବଣ-୨୦୨୩ ” ନାମରେ ନାମିତ କରାଯାଇଥିବା ଏହି ଉତ୍ସବରେ ଗତକାଲି ଫେସନ୍ ସୋ ପ୍ରତଯୋଗିତା ଅନୁଷ୍ଠିତ ହୋଇଥିଲା । ବିଚାରକ ଭାବରେ ନାଟ୍ୟକାର ଶ୍ୟାମା ଓମ୍‌ ପ୍ରସାଦ ମିଶ୍ର, କବି ପ୍ରଭୁଦତ୍ତ ରଥ, କବି ବିଘ୍ନରାଜ ପଣ୍ଡା, ଟିଭି ସାମ୍ବାଦିକ ରବୀନ୍ଦ୍ର ହୋତା ଓ ତାଙ୍କ ଧର୍ମପତ୍ନୀ ଉପସ୍ଥିତ ଥିଲେ । ତା.୧୫.୧୨.୨୩ ରିଖ ସକାଳ ୧୧.୩୦ ଘଟିକାରେ ଶତାଧିକ ଛାତ୍ରଛାତ୍ରୀଙ୍କର ମିଳିତ ଉଦ୍ୟମରେ ବାର୍ଡ ଏସୋସିଏସନ୍, ସୁବର୍ଣ୍ଣପୁର ଦ୍ୱାରା “ସୁବର୍ଣ୍ଣପୁର ଓ ବିଦେଶାଗତ ପକ୍ଷୀ ” ଶୀର୍ଷକରେ ଏକ ଆଲୋଚନା ଚକ୍ର, ପକ୍ଷୀ ଫଟୋ ପ୍ରଦର୍ଶନୀ ଓ ମୋବାଇଲ୍ ଫଟୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅତିଥି ବିଶେଷଜ୍ଞ ଭାବରେ ସିଦ୍ଧାର୍ଥ ପାଣିଗ୍ରାହୀ, ଦିନେଶ କୁମାର ମିଶ୍ର, ପିନାକୀ ପଣ୍ଡା ଓ ନରେନ୍ ମଲ୍ଲିକ ଯୋଗଦାନ କରି ନିଜ ନିଜ ବକ୍ତବ୍ୟ ରଖିଥିଲେ । ନୋଡ଼ାଲ୍ ଅଫିସର ପ୍ରାଧ୍ୟାପକ ଡକ୍ଟର ପୁରୁଷୋତ୍ତମ ମିଶ୍ରଙ୍କ ତତ୍ତ୍ୱାବଧାନରେ ଓ ଅନୁଷ୍ଠାନର କ୍ରୀଡ଼ା ଶିକ୍ଷକ ଗୋବିନ୍ଦ ପଧାନ, ପ୍ରାଧ୍ୟାପିକା ନମିତା ରଥ, ଅଧ୍ୟାପକ ପ୍ରଫୁଲ୍ଲ ପାତ୍ର, ପ୍ରାଧ୍ୟାପକ ପ୍ରତୁଳ ତ୍ରିପାଠୀ, କାଶୀନାଥ ମିଶ୍ର, ବିଭୀଷଣ ପଧାନ. ଗଦାଧର ପଧାନ ଓ ନୀଳାମ୍ବର ପଧାନ ପ୍ରମୁଖଙ୍କର ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Leave A Reply

Your email address will not be published.