ଫେକ୍‌ ହ୍ୱାଟ୍‌ସଆପ ମେସେଜ୍ ପ୍ରତି ସତର୍କ ରହିବାକୁ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଅନୁରୋଧ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ହ୍ୱାଟ୍‌ସଆପରେ ବରିଷ୍ଠ ଅଧିକାରୀ ତଥା ବିଶିଷ୍ଟ ବ୍ୟକ୍ତିଙ୍କ ନାମରେ ଫେକ୍ ଆକାଉଣ୍ଟ ଖୋଲି ଲୋକଙ୍କୁ ବିଭ୍ରାନ୍ତ କରୁଥିବା କେତେକ ଘଟଣା ନଜରକୁ ଆସିଛି । ୯୩୧୫୬ ୪୧୭୮୪ ନମ୍ବରରୁ ମୁଖ୍ୟ ଶାସନ ସଚିବଙ୍କ ନାମରେ ଫେକ୍ ହ୍ୱାଟ୍‌ସଆପ ଆକାଉଣ୍ଟ ଖୋଲି ମେସେଜ୍ ପଠାଯିବା ନେଇ ଦୃଷ୍ଟିଗୋଚର ହୋଇଛି । ଏହି ଭଳି ମେସେଜ୍ ପ୍ରତି ସତର୍କ ରହିବାକୁ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.

error: Content is protected !!