ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଫାଲେରିଆ ମୁକ୍ତ ନିମନ୍ତେ ଜିଲ୍ଲା ପ୍ରଶାସନ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି । ଘରେ ଘରେ ପ୍ରତିଷେଧକ ବଟିକା ବାଣ୍ଟିବା ଆରମ୍ଭ ହୋଇଛି । ଏହି ଅବସରରେ ସଚେତନତା ସହ ଦୁଇପ୍ରକାର ବଟିକା ଦେଇ ଛତ୍ରପୁର ଏନ୍ଏସି/ ସହରାଞ୍ଚଳରେ ପ୍ରତି ସାହିସାହିରେ ଆଶାକର୍ମୀ, ସ୍ୱଚ୍ଛସାଥୀ ଏବଂ ସ୍ବେଛାସେବୀମାନେ ଘରେ ଘରେ ବୁଲୁଥିବା ଦେଖିବାକୁ ମିଳୁଛି । ଛତ୍ରପୁର ୧୩ ନମ୍ବରୱାର୍ଡ ଅନ୍ତର୍ଗତ ଦେବୀନଗର ଅଞ୍ଚଳରେ ଫାଲେରିଆମୁକ୍ତ ସଚେତନତା ସହ ଘରେ ଘରେ ବଟିକା ବଣ୍ଟନ କରାଯାଉଛି । ଏହି କାର୍ଯ୍ୟରେ ନିୟୋଜିତ ଆଶାଦିଦି ସୁଜାତାପଣ୍ଡାଙ୍କ ନେତ୍ତୃତ୍ୱରେ ବୁଲୁଥିବା ଏକ ଟିମ୍ଙ୍କ ସହ ଆମ ଜିଲ୍ଲା ପ୍ରତିନିଧିଙ୍କ ସାକ୍ଷାତ ହୋଇଥିଲା । ଏହି ପ୍ରତିଷେଧକ ଟୀକାର ଉପକରିତା ସମ୍ପର୍କରେ ଆମ ପ୍ରତିନିଧି ପଚାରି ବୁଝିଥିଲେ । ଏହି ଟିମ୍ରେ ସ୍ୱଚ୍ଛସାଥୀ ପ୍ରଭାବତୀ ଗୌଡ଼, ମହିଳା ଏସ୍ଏଚ୍ଜି ଗ୍ରୁପର ସ୍ବେଚ୍ଛାସେବୀ ରଶ୍ମିତା ପାତ୍ର, ଅଜିତା ପଣ୍ଡା ପ୍ରମୁଖଙ୍କ ଭୂମିକା ବେଶ ପ୍ରଶଂସନୀୟ ହୋଇଥିବା ଜଣାଯାଇଛି ।