om academy

ଗାଈଖାଇ ଇକୋଟୁରିଜମ୍‌ ଉଦ୍‌ଘାଟିତ

jsm

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ସାଲେଭଟା ଗାଈଖାଇ ଇକୋଟୁରିଜମ୍‌ ଉଦ୍‌ଘାଟିତ ହୋଇଯାଇଛି । ଆଜି ଦିନ ଘ ୧୧ଟା ୩୦ ମିନିଟ ସମୟରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ, ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ଆଗଲପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଗିତାଞ୍ଜଳି ଦାଶ, ଜିଲ୍ଲା ବନଖଣ୍ଡ ଅଧିକାରୀ ନୀତିଶ କୁମାର ପ୍ରଥମେ ଇକୋଟୁରିଜିମ୍‌ ଓ ବନଖଣ୍ଡ ବିଶ୍ରାମାଗାର ଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ପରେ ପରେ ପର୍ଯ୍ୟଟକଙ୍କ ପାଇଁ ଡ୍ୟାମରେ ବିଭିନ୍ନ ପ୍ରକାର ସ୍ପିଡ ବୋଟ ଆଦି ଉଦ୍‌ଘାଟନ କରି ସମସ୍ତ ଅତିଥି ବୃନ୍ଦ ଡ୍ୟାମରେ ନୌଚାଳନାରେ ଯାଇଥିଲେ । ତା’ପରେ ଅନ୍ୟ ବୋଟମାନଙ୍କରେ ଉପସ୍ଥିତ ଜନସାଧାରଣ ନୌଚାଳନା କରିଥିଲେ । ଉକ୍ତ ଉଦ୍‌ଘାଟନୀ ସମାରୋହରେ ଲୋଇସିଂହା ବନବିଭାଗ ଅଧିକାରୀ ପାଉଳ ହରିପାଲ, ସାଲେଭଟା ଫରେଷ୍ଟର ବିମ୍ବାଧର ବେହେରା, ଅଶୋକ ନାୟକଙ୍କ ସହ ସମସ୍ତ ବନବିଭାଗର କର୍ମଚାରୀ ଉପସ୍ଥିତ ଥିଲେ । ବହୁସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହି ଉଦ୍‌ଘାଟନୀ ସମାରୋହ ତଥା ନୌଚାଳନାର ସୁଯୋଗ ପାଇ ବେଶ ଖୁସି ଅନୁଭବ କରୁଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.