ମୋଟ ମୂଲ୍ୟବର୍ଦ୍ଧନ (ଜିଭିଏ)ରେ ସେବା କ୍ଷେତ୍ରର ଅବଦାନ ୨୦୧୪ ଆର୍ଥିକ ବର୍ଷରେ ୫୦.୬%ରୁ ବୃଦ୍ଧି ପାଇ ୨୦୨୫ ଆର୍ଥିକ ବର୍ଷରେ ୫୫.୩%ରେ ପହଞ୍ଚିଛି : ଅର୍ଥନୈତିକ ସର୍ଭେ ୨୦୨୪ – ୨୫
- ୨୦୨୩ ଆର୍ଥିକ ବର୍ଷରୁ ୨୦୨୫ ଆର୍ଥିକ ବର୍ଷ ମଧ୍ୟରେ ସେବା କ୍ଷେତ୍ରରେ ୮.୩ ପ୍ରତିଶତ ଅଭିବୃଦ୍ଧି ଯୋଗୁଁ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ତ୍ୱରାନ୍ୱିତ ହୋଇଛି
- ୨୦୨୫ ଏପ୍ରିଲରୁ ନଭେମ୍ବର ମଧ୍ୟରେ ସେବା ରପ୍ତାନିରେ ୧୨.୮ ପ୍ରତିଶତ ବୃଦ୍ଧି
- ଉତ୍ପାଦନ ଏବଂ ସେବା କ୍ଷେତ୍ରର ଅଗ୍ରଗତି କୁଶଳୀ ଶ୍ରମ ଏବଂ ପ୍ରକ୍ରିୟା ଏବଂ ନିୟମାବଳୀର ସରଳୀକରଣ ଦ୍ୱାରା ସହାୟକ ହୋଇଛି : ଅର୍ଥନୈତିକ ସମୀକ୍ଷା ୨୦୨୪ – ୨୫
- ବିଶ୍ୱସ୍ତରୀୟ ଦକ୍ଷତା କେନ୍ଦ୍ର ଗୁଡ଼ିକ ୧.୯ ନିୟୁତ ପେସାଦାରଙ୍କୁ ନିଯୁକ୍ତି ପ୍ରଦାନ କରିଛି
- ବ୍ୟକ୍ତି ପିଛା ହାରାହାରି ମାସିକ ଡାଟା ବ୍ୟବହାର ୨୦୨୧ ଆର୍ଥିକ ବର୍ଷରେ ୧୨.୧ ଜିବିଥିବା ବେଳେ ୨୦୨୪ ଆର୍ଥିକ ବର୍ଷରେ ଏହା ୧୯.୩ ଜିବିକୁ ବୃଦ୍ଧି ପାଇଛି
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଅର୍ଥନୈତିକ ସମୀକ୍ଷା ୨୦୨୪ – ୨୫ ଉପସ୍ଥାପନ କରି କହିଛନ୍ତି ଯେ ଭାରତର ସେବା କ୍ଷେତ୍ର କ୍ରମାଗତ ଭାବରେ ଅର୍ଥନୀତିରେ ସବୁଠାରୁ ସ୍ଥିର ମୋଟ ମୂଲ୍ୟ ସଂଯୋଜିତ (ଜିଭିଏ)ର ଯୋଗଦାନ ଦେଇଛି । ସେବା କ୍ଷେତ୍ରର ଗୁରୁତ୍ୱ ଉପରେ ଗୁରୁତ୍ୱ ଆରୋପ କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏହା ଉଭୟ ଘରୋଇ ଏବଂ ବିଶ୍ୱସ୍ତରରେ ଅର୍ଥନୈତିକ ଅଭିବୃଦ୍ଧିକୁ ସମର୍ଥନ କରିଆସିଛି । ୨୦୨୫ ଆର୍ଥିକ ବର୍ଷରେ ସେବା କ୍ଷେତ୍ର ଜିଡିପି ଅଭିବୃଦ୍ଧିକୁ ପ୍ରେତ୍ସାହିତ କରିଥିବା ବେଳେ ମାନୁଫାକ୍ଚରିଂ ସେକ୍ଟର ବିଶ୍ୱସ୍ତରୀୟ ବାଣିଜ୍ୟ ହ୍ରାସ ଦ୍ୱାରା ପ୍ରଭାବିତ ହୋଇଥିଲା । ଭାରତର ବାହ୍ୟ ସନ୍ତୁଳନକୁ ସୁଦୃଢ଼ କରିବାରେ ସେବା ରପ୍ତାନିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ଶିଳ୍ପ କ୍ଷେତ୍ରର ବଢୁଥିବା ‘ସର୍ଭିଫିକେସନ୍’ ଭାରତୀୟ ଅର୍ଥନୀତିରେ ଏହାର ଗୁରୁତ୍ୱକୁ ବଢ଼ାଇଛି ବୋଲି ଅର୍ଥନୈତିକ ସର୍ବେକ୍ଷଣ ୨୦୨୪ – ୨୫ରେ ଆଲୋକପାତ କରାଯାଇଛି । ସାମ୍ପ୍ରତିକ ମୂଲ୍ୟରେ ମୋଟ ମୋଟ ମୂଲ୍ୟ ସଂଯୋଜିତ (ଜିଭିଏ)ରେ ସେବା କ୍ଷେତ୍ରର ଅବଦାନ ୨୦୧୪ ଆର୍ଥିକ ବର୍ଷରେ ୫୦.୬ ପ୍ରତିଶତ ଥିବା ବେଳେ ୨୦୨୫ ଆର୍ଥିକ ବର୍ଷରେ ଏହା ପ୍ରାୟ ୫୫ ପ୍ରତିଶତକୁ ବୃଦ୍ଧି ପାଇଛି । କୋଭିଡ୍ ମହାମାରୀର ପ୍ରଭାବ ଯୋଗୁଁ ୨୦୨୧ ଆର୍ଥିକ ବର୍ଷକୁ ବାଦ୍ ଦେଲେ ବାସ୍ତବ ଜିଭିଏରେ ବାର୍ଷିକ ପରିବର୍ତ୍ତନ ମାଧ୍ୟମରେ ମାପ କରାଯାଇଥିବା ସେବା କ୍ଷେତ୍ରର ଅଭିବୃଦ୍ଧି ଗତ ଦଶନ୍ଧିରେ ପ୍ରତିବର୍ଷ ୬ ପ୍ରତିଶତରୁ ଅଧିକ ରହିଛି । ମହାମାରୀ ପୂର୍ବରୁ ସେବା କ୍ଷେତ୍ରର ହାରାହାରି ଅଭିବୃଦ୍ଧି ହାର ୮ ପ୍ରତିଶତ ଥିଲା । ମହାମାରୀ ପରେ ଅର୍ଥାତ୍ ୨୦୨୩ ଆର୍ଥିକ ବର୍ଷରୁ ୨୦୨୫ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ସେବାର ହାରାହାରି ଅଭିବୃଦ୍ଧି ହାର ୮.୩ ପ୍ରତିଶତକୁ ବୃଦ୍ଧି ପାଇଛି । ସେବା କ୍ଷେତ୍ର ପ୍ରାୟ ୩୦ ପ୍ରତିଶତ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ କରିଥାଏ । ଉତ୍ପାଦନର ସେବା, ଅର୍ଥାତ୍ ଉତ୍ପାଦନ ଉତ୍ପାଦନରେ ସେବାର ବର୍ଦ୍ଧିତ ବ୍ୟବହାର ଏବଂ ଉତ୍ପାଦନ ପରେ ମୂଲ୍ୟ ବୃଦ୍ଧି ମଧ୍ୟ ପରୋକ୍ଷରେ ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ଯୋଗଦାନ ଦେଇଥାଏ । ଗତ ଦୁଇ ଦଶନ୍ଧି ଧରି ବିଶ୍ୱ ସେବା ରପ୍ତାନିରେ ଭାରତର ଅଂଶ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହା ଦ୍ୱାରା ବିଶ୍ୱ ବଜାରର ଅଂଶ ହ୍ରାସବୃଦ୍ଧିକୁ ଭରଣା କରିବାରେ କିଛି ମାତ୍ରାରେ ସହାୟକ ହୋଇଛି । ବିଶ୍ୱସ୍ତରରେ ଭାରତର ସପ୍ତମ ସ୍ଥାନ ବିଶ୍ୱ ସେବା ରପ୍ତାନିରେ ୪.୩ ପ୍ରତିଶତ ଅଂଶ ପ୍ରତିନିଧିତ୍ୱ କରୁଛି । ଏଚ୍ଏସ୍ବିସିର ଇଣ୍ଡିଆ ସର୍ଭିସେସ୍ ପିଏମଆଇ ସୂଚିତ କରେ ଯେ, ଅଗଷ୍ଟ ୨୦୨୧ ଠାରୁ କ୍ରମାଗତ ୪୧ ମାସ ଧରି ସେବା କ୍ଷେତ୍ରର ସମ୍ପ୍ରସାରଣ ଚାଲିଛି । ୨୦୨୫ ଆର୍ଥିକ ବର୍ଷର ପ୍ରଥମ ପାଞ୍ଚ ମାସରେ ସୂଚକାଙ୍କ ୬୦ ପଏଣ୍ଟ ଉପରେ ରହିଥିଲା । ତେବେ ସେପ୍ଟେମ୍ବରରେ ଏହି ସୂଚକାଙ୍କ ୧୦ ମାସର ସର୍ବନିମ୍ନ ସ୍ତରକୁ ଖସି ଆସିଥିଲେ ହେଁ ଅକ୍ଟୋବରରେ ଏହା ଦ୍ରୁତ ଗତିରେ ସୁଧୁରିଥିଲା । ସାମ୍ପ୍ରତିକ ତଥ୍ୟରୁ ଜଣାପଡିଛି ଯେ ଚାହିଦା ବୃଦ୍ଧି ନୂତନ ବ୍ୟବସାୟ ପ୍ରବାହକୁ ବଢ଼ାଇଚାଲିଛି, ଯାହା ଉତ୍ପାଦନ ଅଭିବୃଦ୍ଧିକୁ ସମର୍ଥନ କରିଛି ଏବଂ କମ୍ପାନିଗୁଡ଼ିକୁ ଅତିରିକ୍ତ କର୍ମଚାରୀ ନିଯୁକ୍ତି କରିବାକୁ ଉତ୍ସାହିତ କରିଛି ।
ସେବା କ୍ଷେତ୍ରର ବାଣିଜ୍ୟ :
୨୦୨୫ ଆର୍ଥିକ ବର୍ଷ (ଏପ୍ରିଲ – ସେପ୍ଟେମ୍ବର)ରେ ସେବା ରପ୍ତାନି ଅଭିବୃଦ୍ଧି କ୍ଷେତ୍ରରେ ଭାରତ ଶ୍ରେଷ୍ଠ ପାଞ୍ଚଟି ପ୍ରମୁଖ ଦେଶ ମଧ୍ୟରେ ରହିଥିଲା । ୨୦୨୪ ଆର୍ଥିକ ବର୍ଷରେ ୫.୭ ପ୍ରତିଶତ ଅଭିବୃଦ୍ଧି ହୋଇଥିବା ବେଳେ ୨୦୨୫ ଆର୍ଥିକ ବର୍ଷର ଏପ୍ରିଲ – ନଭେମ୍ବରରେ ଭାରତର ସେବା ରପ୍ତାନି ୧୨.୮ ପ୍ରତିଶତ ବୃଦ୍ଧି ପାଇଛି । ୨୦୨୫ ଆର୍ଥିକ ବର୍ଷର ଏପ୍ରିଲ – ନଭେମ୍ବର ମଧ୍ୟରେ ସେବା ଆମଦାନୀ ୧୩.୯ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ୨୦୨୪ ଆର୍ଥିକ ବର୍ଷର ସମାନ ଅବଧିରେ ୨.୯ ପ୍ରତିଶତ ହ୍ରାସ ପାଇଛି । ଅର୍ଥନୈତିକ ସର୍ଭେ ଅନୁଯାୟୀ, ଉତ୍ପାଦନ ଏବଂ ସେବା କ୍ଷେତ୍ରର ଅଗ୍ରଗତି ପାଇଁ ଏକ ପ୍ରାଥମିକ ସର୍ତ୍ତ ହେଉଛି କର୍ମଚାରୀଙ୍କ ଦକ୍ଷତା ବିକାଶ ଉପରେ ଧ୍ୟାନ ଦେବା । ୨୦୨୪ – ୨୫ ବଜେଟରେ ଆରମ୍ଭ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ପ୍ରୟାସକୁ ସରକାରୀ, ବେସରକାରୀ କ୍ଷେତ୍ର ଏବଂ ଦକ୍ଷତା ଅନୁଷ୍ଠାନର ସମସ୍ତ ସ୍ତରର ପ୍ରୟାସ ସହିତ ସମନ୍ୱୟ ରକ୍ଷା କରି ଆଗକୁ ବଢ଼ାଇବାର ଆବଶ୍ୟକତା ରହିଛି ।