jayashree

ଆଜୀବନ ଜେଲ୍ ଦଣ୍ଡାଦେଶ ପ୍ରତିବାଦରେ ହାଇକୋର୍ଟର ଦ୍ୱାରସ୍ଥ ହେଲେ ନାରାୟଣ ରେଡ୍ଡୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଅଞ୍ଚଳରେ ଟାଟା ପ୍ଲାଣ୍ଟ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ଏବଂ ଜନ ଶୁଣାଣି ସମୟରେ ଏକ ବୋମା ବିସ୍ପୋରଣ ଘଟି ତତ୍କାଳୀନ ପୋଲିସ୍ ରିଜର୍ଭ ଇନ୍ସପେକ୍ଟର ବିନୋବା ମେହେରଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଏକ ହତ୍ୟା ମାମଲା ରୁଜୁ ହୋଇ ଛତ୍ରପୁର ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡୀଙ୍କ ସମେତ ଆଉ ୧୩ ଜଣଙ୍କୁ ଏହି ମାମଲା ଶୁଣାଣି କରି ମାନ୍ୟବର ବିଚାରପତି ଏଡିଜେ-୩ ଆଜୀବନ ଜେଲ୍ ଘୋଷଣା ହୋଇଥିଲା । ଏଥିସହ ଏ.ଡି.ଜେ. ୩ ତରଫରୁ ଜୁଲାଇ ୩୧ ରେ ଦଣ୍ଡାଦେଶ ଶୁଣାଇ ଥିଲେ । ଏହାକୁ ଚ୍ୟାଲେଞ୍ଜ କରି ଏନ୍. ନାରାୟଣ ରେଡ୍ଡୀ, ପି. କାମରାଜୁ ରେଡ୍ଡୀ ଏବଂ ଦିଲ୍ଲୀପ ରେଡ୍ଡୀଙ୍କ ପକ୍ଷରୁ ଓକିଲଙ୍କ ଜରିଆରେ ଅଗଷ୍ଟ ୨୫ରେ ହାଇକୋର୍ଟରେ କ୍ରିମିନାଲ ଅପିଲ (୯୫୭/୨୩) କରାଯାଇଥିଲା ଶନିବାର ଏହି ଅପିଲର ବିଚାର ଲାଗି ହାଇକୋର୍ଟ ଗ୍ରହଣ କରିଛନ୍ତି । ଏଥିସହ ଜୋରିମାନା ଆଦାୟ ଉପରେ ହାଇକୋର୍ଟ ସ୍ଥଗିତ ରଖିଛନ୍ତି । ଏହି ମାମଲାର ରେକର୍ଡ ଭୂକ୍ତ ତଳ କୋର୍ଟରୁ ହାଇକୋର୍ଟକୁ ମାଗିଛନ୍ତି ଅପିଲକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ସୁବିର ପାଳିତ, ଓକିଲ ଡ.ପ୍ରଶାନ୍ତ କୁମାର ମିଶ୍ର ଏବଂ ଓକିଲ ଭବାନୀ ଦାସ୍ ଏହି କେସ୍‌କୁ ପରିଚାଳନା କରୁଛନ୍ତି । ତଦନୁଯାୟୀ ସୂଚନା ୧୯୯୮ ଜୁନ୍ ୧୮ ତାରିଖରେ ଟାଟା ଜମି ଅଧିକରଣ ସମୟରେ ପୋଲିସ୍ ଜନତା ମୁହାମୁହିଁ ହୋଇଥିଲେ । ଗଂଜାମ ପୋଲିସ ଜିଲ୍ଲାର କାର୍ଯ୍ୟରତ ତତ୍କାଳୀନ ରିଜର୍ଭ ଇନ୍ସପେକ୍ଟର ବିନୋବା ମେହେରଙ୍କୁ ଆନ୍ଦୋଳନକାରୀମାନେ ହତ୍ୟା କରିଥିଲେ । ଏ ନେଇ ଛତ୍ରପୁର ଥାନାରେ ମାମଲା ରୁଜୁ (୧୧୫/୯୮) ରେ ଦଫା ୩୦୨ ଅନୁସାରେ କେସ୍‌ ରୁଜୁ କରାଯାଇଥିଲା । ସେଥିଯୋଗୁଁ ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡୀଙ୍କ ସମେତ ୨୨ ଜଣଙ୍କ ନାମରେ ପୋଲିସ୍ ମାମଲା ରୁଜୁ କରିଥିଲା ।

Leave A Reply

Your email address will not be published.