jayashree

ପ୍ରଧାନମନ୍ତ୍ରୀ ଆବାସ ଘର ଦାବୀ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ସନନ୍ତ ପଟେଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ ଆବାସ ଘର ଦାବୀ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଗୁଡୁଖାପଲା ଗ୍ରାମ ପଞ୍ଚାୟତ ସ୍ଥିତ ଖଗ୍‌ସିକନା ଗ୍ରାମର ସନନ୍ତ ପଟେଲ । ତାଙ୍କର ମାଟି ଘରକୁ ବ୍ଲକ ଅଧିକାରୀ ସର୍ଭେ କରି ଯାଇଥିବା ସତ୍ତ୍ୱେ ସେମାନଙ୍କୁ ଘର ମିଳିନଥିବା ଅଭିଯୋଗ କରିଛନ୍ତି । ତେବେ ପୂର୍ବରୁ ତାଙ୍କ ଶ୍ୱଶୁରଙ୍କ ନାମରେ ୩୫ ହଜାର ବ୍ୟୟ ଅଟକଳର ଏକ ଆବାସ ଘର ମିଳିଥିବାରୁ ବର୍ତ୍ତମାନ ତାଙ୍କର ନାମ କାଟି ଦିଆଯାଉଥିବା ଅଭିଯୋଗ ପତ୍ରରେ ଲେଖିଛନ୍ତି । ସୂଚନା ଅନୁସାରେ ସନନ୍ତଙ୍କ ଶ୍ୱଶୁର ଧର୍ମୁ ପଟେଲଙ୍କ ନାମରେ ଏକ ଆବାସ ଘର ଆସିଥିଲା । ସେମାନେ ଘର ନିର୍ମାଣ କରିଥିଲେ । ବର୍ତ୍ତମାନ ସନନ୍ତ ବାହା ହୋଇ ଅଲଗା ରହୁଛନ୍ତି । ତାଙ୍କର ୩ ଜଣ ସନ୍ତାନ ଅଛନ୍ତି । ସେ ମାଟି ଘରେ ରହୁଥିଲେ ହେଁ ତାଙ୍କୁ ଘର ପ୍ରଦାନ କରାଯାଉନାହିଁ । ପୂର୍ବରୁ କରିଥିବା ଅଭିଯୋଗ ଅନୁସାରେ ବ୍ଲକରୁ କିଛି କର୍ମଚାରୀ ଆସି ଘର ସର୍ଭେ କରିଥିଲେ । ତଥାପି ତାଙ୍କୁ ଆବାସ ଯୋଜନାରେ ସାମିଲ୍‌ କରାଯାଇ ନାହିଁ । ଯଥାଶୀଘ୍ର ତାଙ୍କୁ ଯୋଜନାରେ ସାମିଲ କରି ଘର ପ୍ରଦାନ କରିବାକୁ ସେ ଦାବୀ କରିଥିଲେ ।

Leave A Reply

Your email address will not be published.