oom

ସରକାରୀ ଭୁଲ ଯୋଗୁଁ ବୀମା ରାଶି ପାଇବାରୁ ବଂଚିତ ଗ୍ରାମବାସୀ : ଜିଲ୍ଲାପାଳଙ୍କ ଦ୍ୱାର‌ସ୍ଥ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସରକାରୀ ଭୁଲ ଯୋଗୁଁ ପୁଇଁନ୍ତଲା ବ୍ଲକ ବୁବେଲ ପଂଚାୟତ ଅନ୍ତର୍ଗତ ବାହାଲବୁକା ଗ୍ରାମବାସୀ ୨୦୧୮-୧୯ ଏବଂ ୨୦୧୯-୨୦ ଫସଲବୀମାରୁ ଏପର୍ୟ୍ୟନ୍ତ ବୀମା ରାଶି ପାଇବାରୁ ବଂଚିତ ହୋଇଥିବା ଅଭିଯୋଗ କରିବା ସହ ସ୍ଥାନୀୟ ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ, ବୁବେଲ ପଂଚାୟତର ଅନ୍ୟାନ୍ୟ ଗ୍ରାମ ଫସଲ ବୀମା ରାଶି ପାଇଥିଲେ ମଧ୍ୟ ଏ ପର୍ୟ୍ୟନ୍ତ ବାହାଲବୁକା ଗ୍ରାମବାସୀ ବୀମା ରାଶି ନପାଇବାରୁ ଗ୍ରାମବାସୀଙ୍କ ମନରେ ଉଦ୍‌ବେଗ ପ୍ରକାଶ ପାଇଥିଲା । ଏ ସଂପର୍କରେ ଜିଲ୍ଲା କୃଷି ଅଧିକାରୀ ଏବଂ ବ୍ଲକ କୃଷି ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ବାହାଲବୁକା ଗ୍ରାମ ବୁବେଲ ପଂଚାୟତ ଅନ୍ତର୍ଗତ ନ ହୋଇ ଭୁଲବଶତଃ ରଣ୍ଡା ଗ୍ରାମ ପଂଚାୟତରେ ଅନ୍ତର୍ଭୁକ୍ତ ହୋଇଛି ବୋଲି ଅଧିକାରୀ ଦର୍ଶାଇଥିଲେ । ଫଳରେ ଗ୍ରାମବାସୀ ବୁବେଲ ପଂଚାୟତରୁ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଉଥିଲେ ମଧ୍ୟ ଶସ୍ୟବୀମା ପାଇଁ ରଣ୍ଡା ଗ୍ରାମ ପଂଚାୟତରେ ଅନ୍ତର୍ଭୁକ୍ତ ହେବାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ ଆଜି ଗ୍ରାମର ସମସ୍ତ ଆବାଳ, ବୃଦ୍ଧ, ବନୀତା ମେଳି କରି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏ ବିଷୟରେ ତିବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ । ଜିଲ୍ଲାପାଳ ତାଙ୍କର ସମସ୍ତ ଅଭିଯୋଗ ଶୁଣିବା ପରେ ଆଗାମୀ ୭ ଦିନ ଭିତରେ ଏହି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଜିଲ୍ଲପାଳଙ୍କ ପ୍ରତିଶୃତି ପାଇବା ପରେ ଗ୍ରାମବାସୀ ବିକ୍ଷୋଭରୁ ଓହୋରି ଯାଇ ଥିଲେ । ଆଜିର ଏହି ବିକ୍ଷୋଭ କାର୍ୟ୍ୟକ୍ରମରେ ଜିଲ୍ଲା କଂଗ୍ରେସ ପ୍ରବକ୍ତା ସାନନ୍ଦ ମିଶ୍ର, ଦୟାନିଧି ରଣା, ରାଜୀବ ରଣା, କିଶୋର ରଣା, ମନୋଜ ରଣା, ଚମ୍ପେଶ୍ୱର ରଣା, ଦୈତ୍ୟ ରଣା, ମନବୋଧ ମୁନା, ହାଡୁ ମଟାରୀ, ଜିବର୍ଦ୍ଧନ ରଣା, ଲଳିତ ରଣା, ପରମେଶ୍ୱର ରଣା, ଡାକ୍ତର ରଣା, ଶ୍ୟାମ ସେଲୁନ, ମନରଂଜନ କୁମ୍ଭାର, ଶରତ ସୁନା, କୁଶଲେଶ୍ୱର କୁଅଁର, ରାମପ୍ରସାଦ ମଟାରୀ, ବୁଲୁ ମଟାରୀ, ମଗସିର ରଣା, ଲଳିତ ରଣା, ମୀନକେତନ ରଣାଙ୍କ ସମେତ ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.