ଘର ଭାଙ୍ଗିବା ପରେ ମଧ୍ୟ ସହାୟତା ମିଳିନଥିବା ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଭରସୁଜା ଗ୍ରାମର ୨ ମହିଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଘର ଭାଙ୍ଗିବା ପରେ ମଧ୍ୟ ସହାୟତା ମିଳିନଥିବା ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଭରସୁଜା ଗ୍ରାମର ୨ ମହିଳା ସୁଲୋଚନା ସାହୁ ଏବଂ କାଞ୍ଚନ ସାହୁ । ସେମାନେ କରିଥିବା ଅଭିଯୋଗ ଅନୁସାରେ ପ୍ରାୟ ୨ ବର୍ଷ ହେବ ବର୍ଷାରେ ତାଙ୍କ ଘର ଭାଙ୍ଗି ଯାଇଥିବା ବେଳେ ଏବେ ପର୍ଯ୍ୟନ୍ତ ତାଙ୍କୁ କୌଣସି ପ୍ରକାରର ସହାୟତା ମିଳିପାରି ନାହିଁ । ତେବେ ସହାୟତା ପାଇଁ ସେମାନେ ଜିଲ୍ଲାପାଳଙ୍କ ଦ୍ୱାରାସ୍ଥ ହୋଇ ତାଙ୍କୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.