jayashree

ମୃତ ବାପାଙ୍କ ଏକାଉଣ୍ଟରୁ ୭ ଲକ୍ଷ ଟଙ୍କା ହଡ଼ପ୍‌ କରିଦେଲେ ଜଣେ ଶିକ୍ଷକ : ନ୍ୟାୟ ପାଇଁ ବଲାଙ୍ଗିର ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ପୁଅ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୃତ ବାପାଙ୍କ ଏକାଉଣ୍ଟରୁ ୭ ଲକ୍ଷ ଟଙ୍କା ହଡ଼ପ୍‌ କରିଦେଲେ ଜଣେ ଶିକ୍ଷକ । ଏବେ ନ୍ୟାୟ ପାଇଁ ବଲାଙ୍ଗିର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୁଅ । ଏଭଳି ଏକ ଘଟଣା ଆଜି ସାମ୍ନାକୁ ଆସିଛି । ସୂଚନା ଅନୁସାରେ ଟିଟିଲାଗଡ଼ ଥାନା ଅନ୍ତର୍ଗତ ବେଲପଦର ଗାଁର ଗଜରାଜ ପୁଟେଲ ଆଜି ଏସ୍‌ପିଙ୍କ କାର୍ଯ୍ୟାଳୟକୁ ଆସି ନ୍ୟାୟ ପାଇଁ ଗୁହାରି କରିଛନ୍ତି । ଗଜରାଜ କହିଛନ୍ତି ଯେ, ତାଙ୍କ ପିତା ରଇବାରୁ ପୁଟେଲ ବିଦ୍ୟୁତ ବିଭାଗରେ କାମ କରି ଅବସର ନେବା ପରେ ତାଙ୍କ ବ୍ୟାଙ୍କ ପାସ୍‌ବୁକ୍‌ ନଂ.୧୧୧୬୩୨୫୪୭୭୬ରେ ୭ ଲକ୍ଷ ଟଙ୍କା ଜମା ହୋଇଥିଲା । ସେହି ପାସ୍‌ବୁକ୍‌ରେ ଚଂଚକତା କରି ଶିକ୍ଷକ ଭାବେ ଚାକିରି କରୁଥିବା ନେପାଲ ସାହୁ ମୋ’ ବାପାଙ୍କ ନୋମିନି ହୋଇଥିଲା । ତେବେ ଗତ ଏପ୍ରିଲ୍‌ ମାସ ୧୩ ତାରିଖରେ ଗଜରାଜଙ୍କ ପିତା ରଇବାରୁ ପୁଟେଲଙ୍କ ଦେହାନ୍ତ ହେବା ପରେ ଗଜରାଜଙ୍କ ଅଜାଣତରେ ବାପାଙ୍କ ବ୍ୟାଙ୍କ ପାସ୍‌ବୁକ୍‌ରୁ ୭ ଲକ୍ଷ ଟଙ୍କା କାଢ଼ି ନେଇ ଯାଇଥିଲେ । ଏନେଇ ଗଜରାଜ ଟିଟିଲାଗଡ଼ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନାରେ ନେପାଲ ସାହୁ ଗଜରାଜଙ୍କୁ ୧ ଲକ୍ଷ ୭୦ ହଜାର ଟଙ୍କା ଫେରସ୍ତ କରିଥିଲେ ସୁଦ୍ଧା ବାକି ୬ ଲକ୍ଷ ୩୦ ହଜାର ଟଙ୍କା ଆଉ ଗଜରାଜଙ୍କୁ ଫେରସ୍ତ କରିନାହାନ୍ତି । ଏଥି ସକାଶେ ନ୍ୟାୟ ପାଇବା ପାଇଁ ଗଜରାଜ ଆଜି ଏସ୍‌ପିଙ୍କ ପାଖକୁ ଗୁହାରି କରିବାକୁ ଆସିଥିବା କହିଛନ୍ତି ।

Leave A Reply

Your email address will not be published.