ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ସାମ୍ବାଦିକଙ୍କୁ ଶପଥ ପାଠ କରାଇଲେ ଜିଲ୍ଲା ଓ ଲୋକ ସମ୍ପର୍କ ଅଧିକାରୀ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିସରରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ଏକ ଶପଥ ପାଠ ଉତ୍ସବ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରଥମେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ ସମସ୍ତଙ୍କୁ ସ୍ଵାଗତ କରିଥିଲେ ଏବଂ ଏହି ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ବୁଧବାର ଦ୍ଵିତୀୟ ଦିନରେ ଏହି ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଶପଥ ପାଠରେ ଲାଞ୍ଚ ନ ନେବା ଏବଂ ଲାଞ୍ଚ ନ ଦେବା ସହିତ ସମସ୍ତ ଦାୟିତ୍ଵକୁ ସାଧୁତା ଏବଂ ସ୍ଵଚ୍ଛତାର ସହ ସମ୍ପାଦନ କରିବା ପାଇଁ ସମସ୍ତେ ଶପଥ ନେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ବୈଦ୍ୟନାଥ ସାମଲ, ଜଗାନନ୍ଦ ମହାପାତ୍ର, ଶରତ ମୁଦୁଳି, ପ୍ରକାଶ ଚନ୍ଦ୍ର ମିଶ୍ର, ବଂଶୀଧର ମାଝୀ, ରଞ୍ଜନ ମେହେର, ହୃଦାନନ୍ଦ ମେହେର, ଶାଶ୍ଵତ ଦେବବ୍ରତ ଦାସ, ଦୀପକ ଅଦାବର, ପ୍ରଭାତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସଚେତନତା ସପ୍ତାହ ଅକ୍ଟୋବର ୨୬ ତାରିଖରୁ ଆରମ୍ଭ ହୋଇ ୧ ନଭେମ୍ବର ଯାଏଁ ଚାଲିବ ।

Leave A Reply

Your email address will not be published.