jayashree

ଘୁନେସ ପଂଚୟତରେ ପିଡ଼ିଏସ୍‌ ଦୁର୍ନୀତି : ୩ ମାସ ହେଲା ପିଡିଏସ୍‌ ଚାଉଳ ପାଇଁ ନାହାଁନ୍ତି ଗରିବ ହିତାଧିକାରୀ

ତୁରେକେଲା, (ପିତାମ୍ବର ଦୀପ) : ଗରିବ ନିଷ୍ପେସିତ ପରିବାରଙ୍କୁ ଶ୍ରୀ ଅନ୍ନ ଯୋଜନାରେ ସାମିଲ କରାଇ ମାସକୁ ମାସ ପିଡିଏସ୍‌ ଚାଉଳ ଦେବାର ବ୍ୟବସ୍ଥା କରିଛନ୍ତି ସରକାର, ତେବେ ଉପାନ୍ତ ଦାଦନ ପ୍ରବଣ ଅଂଚଳରେ ବାସ କରୁ ଥିବା ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯଥା ରାସ୍ତାଘାଟ, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧା ଗାଁ ଗହଳି ମାନକୁ ପହଂଚି ପାରୁନାହିଁ । ଉଭୟ ସରକାର ଜନସାଧାରଣଙ୍କ ହିତ ପାଇଁ ଯୋଜନାର ସଫଳ ରୂପାୟନ କରିବା ପାଇଁ ସଦା ସଂକଳ୍ପ ବଦ୍ଧ କିନ୍ତୁ ସ୍ଥାନୀୟ ଲୋକ ପ୍ରତିନିଧି ହୁଅନ୍ତୁ କିମ୍ବା ସ୍ଥାନୀୟ ପ୍ରଶାସନର ଅବହେଳା ପାଇଁ ଲୋକଙ୍କ ପାଖକୁ ବିଭିନ୍ନ ପ୍ରକାର ମୌଳିକ ବ୍ୟବସ୍ଥା ପହଂଚି ପାରୁନାହିଁ । ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଘୁନେସ ପଂଚାୟତ ଗଡ଼ଗଡ଼ବାହାଲ ଗାଁରେ ଏଭଳି ଘଟଣା ଘଟିଛି । ଦୀର୍ଘ ୩ ମାସରୁ ଅଧିକ ହେବ ଗାଁ ଲୋକେ ପିଡିଏସ୍‌ ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି । ପଂଚାୟତ, ବ୍ଲକକୁ ଅନେକ ଥର ଯାଇ କହିଲେ ମଧ୍ୟ କିଏ ତାଙ୍କ କଥା ଶୁଣିବାକୁ ନାରାଜ, ତେବେ ମାସ ମାସ ଚାଉଳ ନପାଇ ଗରିବ ହିତାଧିକାରୀ କେମିତି ତାଙ୍କ ପେଟ ଚଳୁଛି ତାହା ଏକ ଆଲୋଚନାର ବିଷୟ ଅଟେ । ତେବେ ଶୀଘ୍ର ଏହି ଗାଁର ଗରିବ ହିତାଧିକାରୀଙ୍କୁ ପଂଚୟତରୁ ପିଡିଏସ୍‌ ଚାଉଳ ଯୋଗାଇ ବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.