ହର୍ଡାଟାଲ ଢାବା ଛକ ନିକଟରେ କାର୍- ବାଇକ୍ ମୁହାଁମୁହିଁ ଧକ୍କା ଘଟଣା : ଦୁଇ ଜଣ ଗୁରୁତର ବାଇକ ଆରୋହୀଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ପାଟଣାଗଡ଼ ରାସ୍ତା ହର୍ଡାଟାଲ ଢାବା ଛକ ନିକଟରେ କାର୍- ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ବାଇକ ଆରୋହୀ ଗୁରୁତର ହୋଇ ପ୍ରଥମେ ବଲାଙ୍ଗିର ମୁଖ୍ୟ ଡାକ୍ତରଖାନା ଓ ପରେ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତରିତ ହୋଇଥିଲେ । ତେବେ ଦୁଇ ଜଣ ଗୁରୁତର ବାଇକ ଆରୋହୀଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତ ବ୍ୟକ୍ତି ଜଣକ ଶିବତଲାର ବିନୋଦ କଲତା ହୋଇଥିବା ବେଳେ ଗୁରୁତର ବ୍ୟକ୍ତି ଜଣକ ସେହି ଗ୍ରାମର ମୁରଲୀ ଦାସ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.