ସଡକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ସୁକୁଡ଼ା ଗ୍ରାମରେ ଆଜି ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା ଘଟିଯାଇଛି ଘଟଣା ସ୍ଥଳରେ ଦୁଇଜଣ ଯୁବକ ପ୍ରାଣ ହରାଇଛନ୍ତି । ସୂଚନା ମୁତାବକ ବରଗଡ଼ ଗଣପତି ହୋଟେଲ ପଛପଟେ ନୂଆଖୁଳିରେ ରହୁଥିବା ଆୟୁଷ ଅଗ୍ରୱାଲ (୨୨), ବାପା-ସନ୍ତୋଷ ଅଗ୍ରୱାଲ ଓ ଆଉ ଜଣେ ଯୁବକ ପ୍ରିୟାନଶୁ ପଣ୍ଡା(୨୨) ବାପା-ସଂଜୀବ ପଣ୍ଡା, କଣ୍ଡେତୋରା, କୋମନା ଥାନା, ନୂଆପଡା ଜିଲ୍ଲାର ବାସିନ୍ଦା ଅଟନ୍ତି । ଉଭୟ ଏକ ବାଇକ OD 08 H 9170 ଯୋଗେ କେଦାରନାଥ ସ୍ଥିତ ଶିବ ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲେ ଫେରିବା ସମୟରେ ଭାରସାମ୍ୟ ହରାଇ ଏକ ଲାଇନ ଖୁଣ୍ଟରେ ବାଡେଇ ହୋଇଥିବା ବେଳେ ଘଟଣା ସ୍ଥଳରେ ଉଭୟ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକତ୍ସାଲୟ ଶବ ସଂରକ୍ଷଣ ଗୃହରେ ଉଭୟଙ୍କ ମୃତ ଶରୀର ରଖାଯାଇଛି ଆସନ୍ତା କାଲି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଭଟଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.