ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ସମ୍ବଲପୁର ଜାତୀୟ ରାଜପଥ-୨୬ ରୁଗୁଡିଖାଲ ଛକ ନିକଟରେ ୨ଟି କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ ଏନ୍ଏଚ୍ ୨୬ରେ ବଲାଙ୍ଗିର ପଟୁ ବରଗଡ ପଟକୁ ଯାଉଥିବା ଏକ ଧଳା ରଂଗର କାର ସମ୍ବଲପୁର ଟାଟା ସୋରୁମରୁ ଭବାନୀପାଟଣା ଯାଉଥିବା ଏକ କଳା ରଂଗର ଟାଟା ପନ୍ଚ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବଲାଙ୍ଗିର ପଟୁ ବରଗଡ ପଟକୁ ଯାଉଥିବା ଧଳା ରଂଗର କାରରେ ଥିବା ଦୁଇଜଣ ମହିଳା ଆହତ ହୋଇଥିଲେ । ଆହତମାନଙ୍କୁ ରୁଗୁଡିଖାଲ ବଣିକ ସଂଘର ପିଲାମାନେ ଏକ କାରରେ ଚିକିତ୍ସା ପାଇଁ ଲୋଇସିଂହା ଡାକ୍ତରଖାନାକୁ ପଠାଇ ଦେଇଥିଲେ । ଲୋଇସିଂହା ପୋଲିସ ଦୁର୍ଘଟଣା ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ୨ଗାଡିକୁ ଥାନାକୁ ନେଇଯାଇଥିବା ସୂଚନା ମିଳିଛି ।
Next Post