ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ଲୋକେ ପୁଷ୍ପୁନି ମାନାଉଥିବା ବେଳେ କିଛି ଲୋକଙ୍କ ପାଇଁ ଆଜିର ଦିନ ଏକ ଅଘଟଣର ଦିନ ପାଲଟିଛି । ଗୁଞ୍ଚିତରା ଗ୍ରାମର ନରିନ ଘିଭେଲା ଏକ ପଲ୍ସର୍ ବାଇକରେ ଯାଉଥିବା ବେଳେ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ସାମ୍ନାରେ ଦୁର୍ଘଟଣା ଘଟିଥିଲା । ସେଠାରୁ ଗୁରୁତର ଅବସ୍ଥାରେ ନରିନଙ୍କୁ ଟିଟିଲାଗଡ଼ ସରକାରୀ ଡାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ ।
ସେହିପରି ଟିଟିଲାଗଡ଼ରୁ ବେଲଗାଁ ଯିବା ରାସ୍ତାର ଝାଡଦେବନ୍ଧ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇଜଣ ସାଇକେଲ ଆରୋହୀ ଦୁର୍ଘଟଣାର ଶିକାର ହୋଇଛନ୍ତି । ସେ ଭିତରୁ ଫକିର ମାଝିଙ୍କ ଗୋଟିଏ ଗୋଡ, ଗୋଟିଏ ହାତ ଭାଙ୍ଗି ଥିବା ବେଳେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ତାଙ୍କ ସହ ଥିବା ବାଳକୃଷ୍ଣ ଭୋଇଙ୍କ ଛାତିରେ ମାଡ ହୋଇଥିବା ସୂଚନା ମିଳିଛି । ଉଭୟ ଟିଟିଲାଗଡ଼ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।