ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ୧୬ ନମ୍ବର ଜାତୀୟ ରାଜପଥ ନୂଆଗାଁ ସ୍ଥିତ ଏକ ଢାବା ସମ୍ମୁଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଧକ୍କା ଦେବା ପରେ ଟ୍ରକଟି ଉକ୍ତ ବ୍ୟକ୍ତିଙ୍କ ଉପରେ ମାଡିଯାଇଥିଲା । ଫଳରେ ତାଙ୍କର ଶରୀରରୁ ଅନ୍ତପୁଟା ବାହାରି ଯାଇ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା । ଦୁର୍ଘଟଣାସ୍ଥଳରୁ ମୃତ ବ୍ୟକ୍ତିଙ୍କ ପର୍ସ ଓ ମୋବାଇଲରୁ ସେ ଅଷ୍ଟମ ବାଟାଲିୟନରେ ଚାକିରି କରୁଥିବା ଲକ୍ଷ୍ମୀ ନାରାୟଣ ବେହେରା ବୋଲି ଗଞ୍ଜାମ ଥାନା ପୋଲିସ ଅନୁମାନ କରୁଛି । ଦୁର୍ଘଟଣା ପରେ ଗଞ୍ଜାମ ଥାନା ଏସ୍ଆଇ କେଏମ୍ ସାହୁ ଘଟଣା ସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲେ । ଘଟଣାସ୍ଥଳରୁ ମିଳିଥିବା ସୂଚନା ଅନୁଯାଇ ସେ ବ୍ରହ୍ମପୁରରୁ ବାଟାଲିୟନକୁ ରାତି ପ୍ରାୟ ଆଠଟାରେ ବାଇକ ନମ୍ବର ଓଆର୍୦୭କେ୭୧୪୮ ଯାଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେବା ସହ ତାଙ୍କ ଉପରେ ମାଡିଯାଇଥିଲା ।