om academy

ସିନଖମନଠାରେ ସଡ଼କ ଦୁର୍ଘଟଣା : ବସ ଧକ୍କାରେ ୪ ଗୁରୁତର

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଉପକଣ୍ଠସ୍ଥ ସିନଖମନ ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଗଣପତି ନାମକ ଏକ ଘରୋଇ ବସ ଧକ୍କାରେ ୪ଜଣ ଗୁରୁତର ହୋଇଛନ୍ତି । ସମସ୍ତେ ବିବାହ ଉତ୍ସବରେ ଯୋଗଦେବା ପାଇଁ ଟିଟିଲାଗଡ଼ରୁ ଖୁଜେନପାଲି ଆସୁଥିଲେ । ଆହତଙ୍କ ମଧ୍ୟରେ କରିସ୍ମା ପଶାୟତ ଓ ତାଙ୍କ ସ୍ଵାମୀ ସରୋଜ ପଶାୟତ ରହିଛନ୍ତି । ସେହିପରି ସେମାନଙ୍କ ଜଣେ ତିନିବର୍ଷର ଓ ବର୍ଷକର ଝିଅ ରହିଛନ୍ତି । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପକ୍ଷେ, ଚିକିତ୍ସାଧୀନ ଅବସ୍ଥାରେ ସରୋଜଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।

Leave A Reply

Your email address will not be published.