ମର୍ମନ୍ତୁଦ ସଡକ ଦୁର୍ଘଟଣା, ୪ ମୃତ, ୫ ଗୁରୁତର

କେନ୍ଦୁଝର : କେନ୍ଦୁଝର ପଣ୍ଡାପଡ଼ା ଥାନା ଅନ୍ତର୍ଗତ ବସନ୍ତପୁର ନିକଟରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ପରିବା ବିକାଳିଙ୍କୁ ନେଇ ଯାଉଥିବା ଏକ ଅଟୋକୁ ସାମ୍ନାପଟୁ ଦ୍ରୁତଗତିରେ ଆସୁଥିବା ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କା ଦେଇଥିଲା । ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତାହତ ବ୍ୟକ୍ତିମାନେ କେନ୍ଦୁଝର ଜିଲ୍ଲାର ସାନକମଣ୍ଡର ଗାଁର ପରିବା ବିକାଳି ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ପରିବା ବିକାଳିମାନେ ଆଜି ସକାଳେ ଅଟୋ ଯୋଗେ କେନ୍ଦୁଝର ବଜାରରେ ପରିବା ବିକ୍ରି କରି ସାରିବା ପରେ ସାନକମଣ୍ଡରକୁ ଫେରୁଥିଲେ । ବସନ୍ତପୁର ନିକଟରେ ସାମ୍ନାପଟୁ ଆସୁଥିବା ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କା ଦେଇଥିଲା । ଘଟଣାସ୍ଥାଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କର କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି ।

Leave A Reply

Your email address will not be published.