ବାଇକ ଦୁର୍ଘଟଣାରେ ବାପା ଓ ପୁଅ ଗୁରୁତର

  • ମାନବିକତା ଦେଖାଇ ଉଦ୍ଧାର କଲେ ରାଜ୍ୟ ଯୁବ ବିଜେଡି ସମ୍ପାଦକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା- ଖଡ଼ିଆଳ ୫୯ ନମ୍ବର ରାଜ୍ୟ ରାଜପଥ ଗନ୍ଧରାବନ୍ଧ ଗାଁ ଠାରେ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇ ବାପା ଓ ପୁଅ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ସିନ୍ଧେକେଲା ଥାନା ରାଣୀପୁର ଗାଁର ବାପା ଓ ପୁଅ ଭାଲୁମୁଣ୍ଡା ଅଞ୍ଚଳକୁ କୌଣସି କାମରେ ଯାଇ ଘରକୁ ଫେରୁଥିବା ବେଳେ ବାଇକଟି ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ । ପରେ ସେହି ରାସ୍ତାରେ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ କୁମାର ଯୋଶୀ ଗୁରୁତର ଦ୍ୱୟଙ୍କୁ ଦେଖି ସେମାନଙ୍କୁ ତୁରନ୍ତ କଣ୍ଟାବାଞ୍ଜି ଡ଼ାକ୍ତରଖାନା ପଠାଇବାର ବ୍ୟବସ୍ଥା କରିଥିଲେ । ଏହି ଭଳି ବିଭିନ୍ନ ସମୟରେ ମାନବିକତା ଦେଖାଇ କାର୍ଯ୍ୟ କରୁଥିବାରୁ ବିଭିନ୍ନ ମହଲରେ ତାଙ୍କୁ ପ୍ରସଂଶା କରାଯାଇଛି । ଏହି ଭଳି କାର୍ଯ୍ୟ ଆଗକୁ ମଧ୍ୟ ଜାରି ରହିବ ବୋଲି ସେ ଗଣମାଧ୍ୟମକୁ ଜଣାଇଛନ୍ତି ।

Leave A Reply

Your email address will not be published.