ମରୁଆଁ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨ ମୃତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଥାନା ଅନ୍ତର୍ଗତ ମରୁଆଁ ଛକଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ପାଟଣାଗଡ଼ ପଟରୁ ପଦ୍ମପୁରକୁ ଯାଉଥିବା ସମୟରେ ଏକ ନୀଳ ରଙ୍ଗର ଏଚ୍‌ଏଫ୍‌ ଡିଲକ୍ସ ଗାଡ଼ି ନଂ ଓଡି୦୩ଭି୦୨୬୧ ପାଟଣାଗଡ଼ ପଟରୁ ଦୃତ ଗତିରେ ଯାଉଥିବା ଏକ ଅଜଣା ଗାଡ଼ି ସହ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଦୁଇ ବାଇକ ଆରୋହୀଙ୍କ ମୃତ ହୋଇଥିଲା । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପାଟଣାଗଡ଼ ଥାନା ଅଧିକାରୀ ଅନନ୍ତ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଶବ ଦୁଇଟିକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାକୁ ଆଣିଥିଲେ । ମୃତକ ଦ୍ଵୟ ସୁରେନ୍ଦ୍ର ବରିହା (୩୦) ଓ ଜୀବର୍ଦ୍ଧନ ବରିହା ତମିଆ ପଞ୍ଚାୟତ ଅନ୍ତର୍ଗତ ଦାବକାନି ଗ୍ରାମର ବୋଲି ଜଣାପଡିଛି । ସେମାନେ କୌଣସି କାମରେ ପାଟଣାଗଡ଼ ଥାନା ତାଲପଦର ଗାଁକୁ ଯାଉଥିଲେ ବୋଲି ମୃତକଙ୍କ ଦାଦା କଲେକ୍ଟର ବରିହା କହିଛନ୍ତି । ପୋଲିସ ପିକ୍‌ଅପ୍‌ ଭେନ ଗାଡ଼ି ନଂ ସିଜି୦ଜିଏକ୍ସ ୦୬୫୭ ସହ ଡ଼୍ରାଇଭରକୁ ଜୁରିଆ ଟୋଲ ଗେଟ ନିକଟରୁ ଥାନାକୁ ଆଣି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.