ls

ମର୍ଣ୍ଣିଙ୍ଗ୍‌ ଓ୍ଵାକ୍‌ରେ ଯାଉଥିବା ଯୁବତୀ‌ଙ୍କୁ ଦଳିଦେଲା ଟ୍ରକ୍‌ : ଘଟଣା ସ୍ଥଳରେ ମୃତ୍ୟୁ

sb

ଯାଜପୁର : ଏକ ଦୁଃଖଦ ଖବର ସାରା ସହରକୁ ଶୋକାକୁଳ କରିଦେଇଛି । ମର୍ଣ୍ଣିଙ୍ଗ୍‌ ଓ୍ଵାକ୍‌ରେ ଯାଉଥିବା ଯୁବତୀ‌ଙ୍କୁ ଦଳିଦେଇଛି ଏକ ଟ୍ରକ୍ ।‌ ସୂଚନା ଅନୁସାରେ ଆଜି ସକାଳେ ସଦର ଥାନା ଅନ୍ତର୍ଗତ କେତକିଆ ଛକ ନିକଟରେ ଟ୍ରକ୍‌ ମାଡ଼ିଯିବାରୁ ମର୍ଣ୍ଣିଙ୍ଗ୍‌ ଓ୍ଵାକ୍‌ରେ ଯାଉଥିବା ଜଣେ ଯୁବତୀଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି । ତେବେ ଆଜି ସକାଳେ ବାନ୍ଧବୀମାନଙ୍କ ସହ ବର୍ଷାରାଣୀ ଜେନା ମର୍ଣ୍ଣିଙ୍ଗ୍‌ ଓ୍ଵାକ୍‌ରେ ଯାଉଥିଲେ। ଏତିକି ବେଳେ ଗେଠି ବୋଝେଇ ଟ୍ରକ୍ (ଓଆର୍‌-୦୪ଏଚ୍‌-୭୨୭୪)‌ ପଛପଟୁ ଧକ୍କା ଦେଇ ତାଙ୍କ ଉପରେ ମାଡ଼ି ଯାଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି । ସ୍ଥାନୀୟ ଲୋକେ ବର୍ଷାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍‌ସ୍‌ ଯୋଗେ ଯାଜପୁର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ ।

ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଡ୍ରାଇଭର୍‌ ଓ ହେଲ୍‌ପର୍‌ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଦୁର୍ଘଟଣାସ୍ଥଳରେ କାଠଗଡ଼ ପକାଇ ଉତ୍ତେଜିତ ଲୋକେ ରାସ୍ତାରୋକ କରିଛନ୍ତି । ସଦର ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଜନତାଙ୍କୁ ବୁଝାଶୁଝା କରୁଥିବା ସୂଚନା ମିଳିଛି ।

pc pk
Leave A Reply

Your email address will not be published.