oom

ଅଗସ୍ତି ନୂଆଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୧ ମୃତ, ୫ ଆହତ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅଗସ୍ତି ନୂଆଗାଁ ଛକ ୧୬ ନମ୍ବର ଜାତୀୟ ରାଜପଥରେ ସୋମବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି କାର ଦୁର୍ଘଟଣାରେ ଜଣଙ୍କର ଘଟଣା ସ୍ଥଳରେ ଅତି ଶୋଚନୀୟ ଭାବେ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ଦେବରାଜ(୩୨) । ଖବର ପାଇ ଗଞ୍ଜାମ ଥନା ଆଇଆଇସି ସୁଦୀପ୍ତ କୁମାର ସାହୁ, ଏସ୍‌ଆଇ ନାରାୟଣ କହ୍ନର, ମହିଳା ଏସ୍‌ଆଇ ସୁପ୍ରଭା ସାହୁ ପ୍ରମୁଖ ଘଟଣା ସ୍ଥଳରେ ପହଂଚି ଆହତ ମାନଙ୍କୁ ମେଡିକାଲ ପଠାଇବା ବ୍ୟବସ୍ଥା କରିଥିଲେ ଏବଂ ମୃତ ବ୍ୟକ୍ତିଙ୍କ ଶବ ଜବତ କରି ବ୍ୟବଛେଦ ପାଇଁ ଡାକ୍ତରଖାନା ପଠାଇଥିଲେ । ଆହତମାନଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତ୍ୱର ଥିବା ଜଣାପଡିଛି । ଆହତ ମାନେ ଅର୍କ ସରକାର, ସନୱଜ, ସୁରଜ କୁମାର ମହାନ୍ତ, ସର୍ଭେସ ମହାନ୍ତ, କୁମାର ଜନ୍ମେଜୟ ବୋଲି ଜଣାପଡିଛି । ମୃତକ ଏବଂ ଆହତ ମାନେ ସମସ୍ତେ ଅଣ ଓଡ଼ିଆ ସେମାନଙ୍କ ଘର ଝାଡ଼ଖଣ୍ଡ । ସେମାନେ ଭୁବନେଶ୍ୱର ଆଇଆର୍‌ଟି ଇଞ୍ଜିନିଅର ସ୍କୁଲ ଛାତ୍ର । ଗତକାଲି ଅର୍ଥାତ ରବିବାର ଏକ କାର ନଂ ଓଡି୦୨ବିଡବ୍ଲୁ୪୨୭୬ରେ ଭୁବନେଶ୍ୱରରୁ ଗୋପାଳପୁର ବୁଲିବାକୁ ଆସିଥିଲେ । ବୁଲାବୁଲି ପରେ ଗୋପାଳପୁରରୁ ରାତିରେ ଫେରୁଥିବା ବେଳେ ଅଗସ୍ତିନୂଆଗାଁ ଛକ ନିକଟରେ ଡିଭାଇଡରକୁ ପିଟି ଅପର ପାର୍ଶ୍ଵରେ ଥିବା ଏକ ଟ୍ରକ ନଂ ଆର୍‌ଜେ୪୭ଜିଏ୧୦୮୩ ଜୋରରେ ଧକ୍କା ଦେଇ ଦେଇଥିଲା । କାରଟି ଦୃତ ଗତିରେ ଆସୁଥିବା ଏବଂ ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ସେଠାରେ ଆଲୋଚନା ହେଉଛି ।

jittmm
Leave A Reply

Your email address will not be published.