ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ ୩ ଆହାତ

ଚାନ୍ଦବାଲି : କଟକ ଚାନ୍ଦବାଲିର ସାଲେପୁର ହୋଟେଲ ମାରିୟାନ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ କଟକରୁ ରାଜନଗର ଯାଉଥିବା ଏକ ଟାଟା ମ୍ୟାଜିକ ଗାଡିକୁ ଏକ ସାର ବୋଝେଇ ପିକ୍‌ଅପ୍‌ ଭ୍ୟାନ ଧକ୍କା ଦେଇଥିଲା । ଫଳରେ ଜଣେ ମହିଳାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ହେଲେ ରାଜନଗର ଅଞ୍ଚଳର କ୍ରିଷ୍ଣା ପ୍ରଧାନଙ୍କ ପତ୍ନୀ କଳ୍ପନା ପ୍ରଧାନ । ଦୁର୍ଘଟଣାରେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ସାଲେପୁର ଅଗ୍ନିଶମ କର୍ମଚାରୀ ଓ ସାଲେପୁର ଥାନା ପୋଲିସ ପହଞ୍ଚି ଆହତଙ୍କୁ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.