ସଇଁନ୍ତଲାରେ ସାର୍ବଜନୀନ ନବରାତ୍ର ଦୁର୍ଗା ପୂଜା ଆରମ୍ଭ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ସହରରେ ଆଜି ଧରାପୁଷ୍ଟକୁ ଅବତରଣ କରିଛନ୍ତି ମା’ ଜଗତ ଜନନୀ । ମା’ ଦୁର୍ଗାଙ୍କ ନବରାତ୍ର ପୂଜା ଆରମ୍ଭ ହୋଇଯାଇଛି । ଆଜି ସ୍ଥାନୀୟ ଜଳାଶୟଠାରୁ ୧୦୮ କଳସରେ ପାଣି ଆଣି ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା । ଏଥିରେ କର୍ତା ଭାବରେ କପିଳ ଅଗ୍ରୱାଲ ଓ ଧର୍ମ ପତ୍ନୀ ରଜନୀ ଅଗ୍ରୱାଲ ଦାୟିତ୍ବରେ ରହିଛନ୍ତି । ଏଥିରେ କମିଟିର ସଭାପତି ଭାବେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ସମ୍ପାଦକ ସୁବୋଧ ମିଶ୍ର, ଝସକେତନ ମନହୀରା, ଅଙ୍କିତ ଅଗ୍ରୱାଲ, ବୁବୁନ ପାଣିଗ୍ରାହୀ, ଚନ୍ଦ୍ର ଚନ୍ଦନ, ଦିଲୀପ ବଗର୍ତ୍ତି, ସଂଜୀବ ପାଣିଗ୍ରାହୀ, ରଥୀ ସାହୁ, ସନୋସ ସାହୁ, ପ୍ରଫୁଲ୍ଲ ସାହୁ, ରାଜା ବୈଠାରୁ ପ୍ରମୁଖ କମିଟିର ଦାୟିତ୍ୱ ତୁଲାଉଥିବା ବେଳେ ପୂଜକ ଭାବେ ପଣ୍ଡିତ ରାଧାକାନ୍ତ ତ୍ରିପାଠୀ, କିରଣ ମିଶ୍ର, ବିକ୍ରମ ମିଶ୍ର, ନବଘନ ଷଡଙ୍ଗୀ ପ୍ରମୁଖ ପୂଜାର୍ଚ୍ଚନା କରୁଛନ୍ତି ।

jittmm
Leave A Reply

Your email address will not be published.