କଲ୍ୟାଣସିଂହପୁରରେ ଦୁର୍ଗାପୂଜା ପାଳନ

ରାୟଗଡା, (ଅକ୍ଷୟ କୁମାର ପିଡିସିକା) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ଇନ୍ଦିରା ସ୍ମୃତି ସଦନ ଠାରେ କରାଯାଉଥିବା ଦୁର୍ଗାପୂଜାରେ କଲ୍ୟାଣସିଂହପୁର ସହର ଚଳଚଞ୍ଚଳ । ଆଜି ଦୁର୍ଗାପୂଜା ଠାରେ ପୂଜକ ନରସିଂହ ତ୍ରିପାଠୀଙ୍କ ଦ୍ଵାରା ରୀତିନୀତି ଅନୁଯାୟୀ ବେଲବରଣ କରିବା ସହ ଗଙ୍ଗା ଆହ୍ୱାନ କରି କଳସରେ ସୁବାସିତ ଜଳ ଆଣି ପୂଜାମଣ୍ଡପରେ ସ୍ଥାପନ କରିଥିଲେ । କର୍ତ୍ତାଭାବେ ୱାରା ପ୍ରସାଦ ରାଓ ବାଜା ବାଜାବାଜଣା ବଜାଇ, ଶଙ୍ଖ ଧ୍ୱନି ବାଣ ଫୁଟାଇ ମାଁ ଦୁର୍ଗା ମନ୍ଦିରକୁ ଆସି ମାଁଙ୍କ ଠାରୁ ଆଜ୍ଞାମାଳ ନେଇ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ । ମଣ୍ଡଳ ସ୍ଥାପନ, ଅଙ୍କୁରାରୋପଣ ,ସୂର୍ଯ୍ୟପୂଜା, ଚଣ୍ଡୀ ପାଠ , ଦୁର୍ଗା, ଗଣେଷ, କାର୍ତ୍ତିକ, ଲକ୍ଷ୍ମୀ ଓ ସରସ୍ୱତୀଙ୍କ ସହସ୍ରନାମ ପାଠ କରାଯିବା ପରେ ହୋମ ଯଜ୍ଞ କରାଯାଇଛି । ଦୁର୍ଗାପୂଜା ଠାରେ ମେଢ଼ ,ତୋରଣ , ଆଲୋକ ସଜାରେ କଲ୍ୟାଣସିଂହପୁର ସହର ଚଳଚଞ୍ଚଳ ହୋଇ ଉଠିଛି । ମାଁ ଦୁର୍ଗା ମନ୍ଦିରରେ ଆଜି ମାଁଙ୍କୁ କାଳରାତ୍ରୀ ବେଶରେ ସୁସଜିତ କରି ସପ୍ତମୀ ତିଥି ଅବସରରେ ରୀତିନୀତି ଅନୁଯାୟୀ ସପ୍ତମୀ ପୂଜା କରାଯାଇଛି । ମାଁଙ୍କ ମନ୍ଦିରରେ ଗତ ରାତିରେ ପଶୁ ବଳୀ ବଧ୍ୟ ଦିଆଯାଇଛି । ଦୁଇଟି ସ୍ଥାନରେ ମହାଆଡ଼ମ୍ବରରେ ଦଶହରା ପୂଜା ପାଳନ କରାଯାଉଛି ।

Leave A Reply

Your email address will not be published.