ମା’ ସମଲେଇ ଓ ଶ୍ୟାମାକାଳୀଙ୍କ ମନ୍ଦିରରେ ବାସନ୍ତୀକ ଦୁର୍ଗାପୂଜା ଆରମ୍ଭ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ବିଭିନ୍ନ ଶକ୍ତିପୀଠ ଗୁଡିକରେ ଚୈତ୍ର ନବରାତ୍ର ବାସନ୍ତୀ ଦୁର୍ଗାପୂଜା ଆରମ୍ଭ ହୋଇଛି । ଗତକାଲି କଳସ ଆବାହନ, ସଂସ୍ଥାପନ ହେବା ସହ ଆଜି ମାନସିକଧାରୀ ଭକ୍ତଙ୍କ ଜାଗର ପ୍ରଜ୍ବଳନ ଓ ପୂଜାର୍ଚ୍ଚନା ହୋଇଥିଲା । ବରଗଡ଼ର ଗ୍ରାମ୍ୟ ଦେବୀ ମା’ ସମଲେଶ୍ଵରୀ, ମା’ ଶ୍ୟାମାକାଳୀଙ୍କ ମନ୍ଦିରରେ ଭକ୍ତଙ୍କ ସମାଗମ ପରିଲକ୍ଷିତ ହୋଇଥିଲା । ସେହିପରି ଅନ୍ୟ ଶକ୍ତି ପୀଠରେ ମଧ୍ୟ ମା’ଙ୍କ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥିଲା । ଆସନ୍ତା ୧୦ ତାରିଖ ମହାନବମୀ ତିଥି ଅବସରରେ ଚଣ୍ଡୀ ହୋମ, ପୂର୍ଣ୍ଣାହୁତି, ମହା ଭୋଗ ଅର୍ପଣ, ମହା ଆଳତି ଓ ସାମୁହିକ ଆଶୀର୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

Leave A Reply

Your email address will not be published.