ସଇଁନ୍ତଲା, (ଅଜିତ କୁମାର ସାହୁ) : ମହାଲିଙ୍ଗ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ କର୍ମଚାରୀ ତଥା ତାଙ୍କ ଡ୍ରାଇଭର ରାଧେ ଗିରଫ ହୋଇଥିବା ସୂଚନା ମିଳିଛି । ରାଧେଙ୍କୁ ଗିରଫ କରି କୋର୍ଟ ଚଲାଣ କରିଛି ବଲାଙ୍ଗିର ପୁଲିସ । ତେବେ ଅନ୍ୟ ଦୁଇ ଜଣ ଜେସିବି ଡ୍ରାଇଭର ପୁଷ୍କର ଭୋଇ ଓ ରାତ୍ର ଜଗୁଆଳୀ ଗୁପ୍ତେ ତାଣ୍ଡିକୁ ବଲାଙ୍ଗିର ପୋଲିସ ରାଜ ସାକ୍ଷୀ କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ୫ ଦିନିଆ ରିମାଣ୍ଡରେ ନେଇଛି ବଲାଙ୍ଗିର ପୋଲିସ । ହତ୍ୟା ସମ୍ପର୍କରେ ଅଧିକ ପଚରାଉଚରା ଜାରି ରଖିଛି ପୋଲିସ । ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଏବଂ ବଲାଙ୍ଗିର ଏସ୍ପି ଘଟଣାର ତନାଘନା ଚଳାଇଛନ୍ତି । ଗୋବିନ୍ଦ ସାହୁକୁ ଜେରା କରିବା ସହ ଅଧିକ ତଦନ୍ତ ଚଳାଇଛନ୍ତି ଡିଆଇଜି ଏସପି । ଘଟଣାର ଅଧିକ ତଦନ୍ତ ପାଇଁ ସିନ୍ଧେକେଲା ଥାନାରେ ପହଞ୍ଚିଥିଲେ ଡିଆଇଜି ଓ ବଲାଙ୍ଗିର ଏସ୍ପି । ସିନ୍ଧେକେଲା ଥାନାରେ କିଛି ସମୟ ରହି କଳାହାଣ୍ଡି ଜିଲ୍ଲାର କେଗାଁ ଥାନା ଓ ମହାଲିଙ୍ଗ ଯାଇ ସ୍ପଟ୍ ଭେରିଫିକେସନ୍ କରିବାକୁ ଯାଇଛନ୍ତି ବୋଲି ସୂଚନା ମିଳିଛି ।