ବେଲପଡାରେ ଡ୍ରାଇଭର ଦିବସ ପାଳନ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ବିଭିନ୍ନ ସମୟରେ ଅନେକ ଦୂର ଦୂରାନ୍ତର ଯିବା ଆସିବା ପାଇଁ ଗାଡି ମଟର ଦରକାର ହୋଇଥାଏ । ସେଥିରେ ଡ୍ରାଇଭରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । କାରଣ ତାଙ୍କ ହାତରେ ଶହ ଶହ ଜୀବନ । ଯାତ୍ରା ସମୟରେ ଡ୍ରାଇଭରଙ୍କୁ ହିଁ ଭରସା କରିଥାନ୍ତି ଯାତ୍ରୀ ମାନେ । ଆଜି ଏହି ଡ୍ରାଇଭରମାନେ ବେଲପଡା ଠାରେ ଡ୍ରାଇଭର ଦିବସ ପାଳନ କରିଛନ୍ତି । ବେଲପଡା ତାରିଣୀ ମନ୍ଦିରଠାରେ ସମସ୍ତ ଡ୍ରାଇଭରମାନେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ବାହାରିଥିଲେ ଏବଂ ନଗର ପରିକ୍ରମା କରିଥିଲେ । ଏଥିରେ ସଭାପତି ମହାଦେବ ମେହେର, ଉପସଭାପତି ନରେଶ ଧରୁଆ, ସମ୍ପାଦକ ଜିତେନ୍ଦ୍ର ପୁଟେଲ, ସହସମ୍ପାଦକ ଡୋଳାମଣି ମେହେର, କୋଷାଧ୍ୟକ୍ଷ ତାରାଚନ ପୁଟେଲ, କରୁଣା ମାଝୀ ପ୍ରମୁଖ କାର୍ଯ୍ୟକୁ ପରିଚାଳନା କରିଥିଲେ । ଏଥିରେ ଶତାଧିକ ଡ୍ରାଇଭର ସାମିଲ ହୋଇଥିଲେ ।

Leave A Reply

Your email address will not be published.