ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ପୌର ପରିଷଦ ଅଞ୍ଚଳରେ ବର୍ଷା ହେଲେ ଏବେ ଡ୍ରେନେଜ ଏକ ପ୍ରମୁଖ ସମସ୍ୟା ଭାବେ ଦେଖା ଦେଇଛି । ଗତ ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ସହରର ଅନେକ ପଡା ଜଳମଗ୍ନ ହୋଇଥିବା ବେଳେ ଏବେ ସହରର ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ଅନେକ ୱାର୍ଡରେ ଡ୍ରେନ ନଥିବା ବେଳେ ଯେଉଁଠି ଅଛି ଠିକରେ ସଫେଇ ହଉ ନଥିବାରୁ ପାଣି ନିଷ୍କାସନ ହୋଇ ପାରୁ ନାହିଁ ବୋଲି ଆମ୍ ଆଦମୀ ପାର୍ଟିର ଜିଲ୍ଳା ଆବାହକ ଭବାନୀ ସାହୁ ଅଭିଯୋଗ କରିଛନ୍ତି । ଏପରି କି ସରକାରୀ ଅଫିସ ଗୁଡିକ ଜଳମଗ୍ନ ହୋଇ ରହୁଥିବା ଜଣାପଡୁଛି । ବରଗଡ଼ ୱାର୍ଡ ନଂ ୧ ଚନ୍ଦନ ନଗରଠାରେ ଥିବା ଜଣେ ଏମଏଲଏଙ୍କ ଘର ପାଖେ ନିକୃଷ୍ଠ ଡ୍ରେନ ଥିବାରୁ ପାଣି ଭର୍ତ୍ତି ହୋଇ ରହୁଛି । ସହରର ନାଏକପଡା, ଖଜୁରଟିକ୍ରା, ଗୋବିନ୍ଦପାଲି, ବ୍ରହ୍ମଚାରି, ଘୁଲିପାଲି, ବାଲିଟିକ୍ରା, କେଶବନଗର ଓ ଅନେକ ଏରିଆରେ ଡ୍ରେନେଜ ନାହିଁ କିମ୍ବା ନିମ୍ନ ମାନର ଡ୍ରେନ ଯୋଗୁଁ ଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି । ବର୍ଷା ପୂର୍ବରୁ ସମସ୍ତ ଡ୍ରେନକୁ ଠିକ ଭାବେ ଡି ସିଲଟିଂ କରିବା କଥା କିନ୍ତୁ ପୌର ପରିଷଦର ଅପାରଗତା ଯୋଗୁ ତାହା ହୋଇ ପାରୁନି । ସେପଟେ ୧୭ ବର୍ଷ ଧରି ବିଜେଡି ହାତରେ ପୌର ପରିଷଦ ରହିଥିଲେ ବି ଡ୍ରେନଜ ବ୍ୟବସ୍ଥା ସୁଧୁରି ପାରୁନାହିଁ ବୋଲି ଆପ୍ ଅଭିଯୋଗ କରିଛି ।