om academy

ବିଶିଷ୍ଟ କୃଷକ ନେତା ଡା.ସୁଧୀର କୁମାର ପରିଚ୍ଛା ଚାଲିଗଲେ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶିଷ୍ଟ କୃଷକ ନେତା ଡା.ସୁଧୀର କୁମାର ପରିଚ୍ଛାଙ୍କ ଆଜି ପୂର୍ବାହ୍ନ ୧୧ଟା ସମୟରେ ହାଇଦ୍ରାବାଦର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଯକୃତଜନିତ ସମସ୍ୟାର ସମ୍ମୁଖୀନ ହେବା ପରେ ପାଖାପାଖି ଗୋଟିଏ ମାସ ତଳେ ତାଙ୍କ ସଫଳ ଯକୃତ ପ୍ରତ୍ୟାରୋପଣ ହୋଇଥିଲା । ନିୟମିତ ଭାବେ ହାଇଦ୍ରାବାଦରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ ଜାରି ରହିଥିଲା । ତେବେ ଗତ ୧୬ ତାରିଖ ଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଜଟିଳତା ଦେଖାଦେବା ପରେ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ବିଧିର ବିଧାନ ସାମ୍ନାରେ ସବୁକିଛି ଫେଲ୍‌ ମାରିଲା । ଶେଷରେ ଆଜି ଚାଲିଗଲେ ବଲାଙ୍ଗିର ମାଟିର ଜଣେ ବଳିଷ୍ଠ ନେତା ଡା. ସୁଧୀର କୁମାର ପରିଚ୍ଛା । କଂଗ୍ରେସ ଦଳର ସେ ଜଣେ ଟାଣୁଆ ଜନନେତା ଭାବେ ବେଶ୍‌ ଜଣାଶୁଣା ଥିବା ବେଳେ ଅନେକ ରାଜନୈତିକ ତଥା ସାଂଗଠାନିକ କାର୍ଯ୍ୟକ୍ରମରେ ତାଙ୍କର ବିଶେଷ ଯୋଗଦାନ ରହିଥିଲା । ତାଙ୍କ ବିୟୋଗରେ ସାରା ବଲାଙ୍ଗିର ସହରରେ ତଥା ଚାଷୀ ମହଲରେ ଶୋକର ଛାୟା ଖେଳିଯାଇଛି । ବଲାଙ୍ଗିର ଘରୋଇ ବସ୍‌ ମାଲିକ ସଂଘର ସଭାପତି ହେମନ୍ତ କୁମାର ପଣ୍ଡାଙ୍କ ସମେତ ସମସ୍ତ ସଦସ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.