oom

ଦୋଳ ମହୋତ୍ସବର ରୌପ୍ୟ ଜୟନ୍ତୀ ପାଳିତ : ମହିଳାଙ୍କ ହାତରେ ଯୁଗଳମୂର୍ତ୍ତି, ବାଡି ଖେଳିଲେ ଗୌର ପିଲା

jsmm

ବଲଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଯାଦବ ଭବନ ପରିସରରେ କୋଭିଡ କଟକଣା ମଧ୍ୟରେ ୨୫ତମ ଦୋଳ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ରୌପ୍ୟ ଜୟନ୍ତୀକୁ ନିରାଡମ୍ବର ଭାବେ ପାଳନ କରିଥିଲା ଜିଲ୍ଲା ଯାଦବ ସମାଜ । ଦୋଳ ମହୋତ୍ସବ ଅବସରରେ ଚଳିତ ବର୍ଷ ନଗର ପରିକ୍ରମା ସହ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାଦ୍‌ ଦିଆଯାଇଥିଲା । କେବଳ ପରମ୍ପରାକୁ ବଞ୍ଚେଇ ରଖିବାକୁ ଯାଇ ଆଗଲପୁର ଗୌର ବାଡି ଖେଳ ସହ ଛଟ୍‌କା ଆୟୋଜନ କରାଯାଇଥିଲା । ଏହା ସାଙ୍ଗକୁ ଲୋଇସିଂହା ସିଂହାଣୀମୁଣ୍ଡାର ବାଜା ବଜେଇ ଉତ୍ସବ ପାଳନ କରାଯାଇଥିଲା । ଯାଦବ ଭବନ ପରିସରରେ ହିଁ ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତିକୁ କାଠରେ ନିର୍ମିତ ବିମାନ ଯୋଗେ ବସେଇ ମହିଳାମାନେ ପରିକ୍ରମା କରିଥିଲେ । ଏହି ମହୋତ୍ସବରେ ବରିଷ୍ଠ ସାମ୍ବାଦିକ ଅରବିନ୍ଦ ଦାସ, ସୁମନ୍ତ ଭୋଇ, ମିଟୁଆ ମହାନ୍ତି, ଟୁକୁ ପଟ୍ଟନାୟକ, ନାଗରିକ କମିଟିର ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ କେଡିଆଙ୍କ ସମେତ ବିଭିନ୍ନ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ତଥା ଶ୍ରଦ୍ଧାଳୁମାନେ ଆଶୀର୍ବାଦ ନେଇଥିଲେ । ପୂଜାକର୍ତ୍ତା ଭାବେ ଦୂତିବାହାନ ଚନ୍ଦନ ଓ ସହଧର୍ମିଣୀ ବାସନ୍ତୀ ଚନ୍ଦନ ବିଧି ଅନୁସାରେ କାର୍ଯ୍ୟ ସମାପନ କରିଥିଲେ । ପୂଜକ ନୀଳାମ୍ବର ଶତପଥୀ ପୂଜକ ଦାୟିତ୍ୱ ନିର୍ବାହ କରିଥିଲେ । ପୌରାଞ୍ଚଳ ସଭାପତି ପଙ୍କଜ ସେଲମାଙ୍କ ତତ୍ତ୍ୱାବଧାନରେ ପ୍ରଶାନ୍ତ ମହାକୁର, ପୂଜା ସଭାପତି ଜୟଦେବ ଜାଲ, ପୌରାଞ୍ଚଳ ସହ ସମ୍ପାଦକ ଅଷ୍ଟମୀ ବଗର୍ତ୍ତୀ, ସନ୍ତୋଷ ବଗର୍ତ୍ତୀ, ଖରତମଲ ରାଉତ, ମହେନ୍ଦ୍ର ବାଗ, ଦମୟନ୍ତୀ ବାଗ, ମୃଣ୍ମୟୀ ଭୋଇ, ଉର୍ମିଳା ନାଗ, ଗୋଲାପ ବାଗ, ଇଶ୍ୱର ବାଗ, ଆକୁଳ ବଗର୍ତ୍ତୀ, ଦିଗାମ୍ବର ମାଝୀ, ସତ୍ୟ ନାରାୟଣ ବାଗ, ଆଶୁତୋଷ ବାଗ, ଯୋଗେଶ ବିଶି, ବରୁଣ ହେନା, ଉତ୍ତମ କବାଟ, ରାମ ନାରାୟଣ ବାଗ, ସୁଦାମ ବାଗ, ବାସୁଦେବ ନାଗ, ହୃଷିକେଶ ବନଛୋର, ଶଙ୍କର ପୋଢ, ତପନ ଭାଟି, ଆକୁଳ ରାଉତ, ଘାସିରାମ ଦୀପ, ସନ୍ଦୀପ ବାଗ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.