ଟିଟିଲାଗଡରେ ଧୁମ୍‌ଧାମ୍‌ରେ ପାଳିତ ହେଲା ଆଲୋକର ପର୍ବ ଦୀପାବଳି

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଲୋକର ପର୍ବ ଦୀପାବଳି ପାଇଁ ଚଳଚଞ୍ଚଳ ହୋଇପଡିଥିଲା ଟିଟିଲାଗଡ ସହର । ସହରର ୧୫ ଗୋଟି ୱାର୍ଡ଼ରେ ଦୀପାବଳି ଅବସରରେ ଘର ବାହାରେ ଅତି ସୁନ୍ଦର ଭାବରେ ମୁରୁଜ ସାହାଯ୍ୟରେ ରଙ୍ଗୋଲି ପକା ଯାଇଥିଲା, ସେଥିରେ ହେପି ଦିୱାଲି, ପ୍ରଭୁ ଶ୍ରୀରାମ ସୀତା, ରାଧାକୃଷ୍ଣଙ୍କ ସମେତ ବହୁତ ପ୍ରକାରର ଝୁଟି ପକାଯାଇଥିଲା । ବହୁତ ଲୋକ ଲିଚୁ ଲାଇଟ ଦ୍ବାରା ଘର ବାହାରେ ସାଜସଜ୍ଜା କରିଥିବା ବେଳେ ଆଉ କିଛି ଲୋକ ମାଟି ଦୀପ ଦ୍ୱାରା ଘରର ସବୁଆଡେ ଦୀପ ପ୍ରଜ୍ୱଳନ କରିଥିଲେ । ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ମଧ୍ୟ ବ୍ୟାଙ୍କ ବାହାରେ ଅତି ସୁନ୍ଦର ସାଜସଜ୍ଜା କରାଯାଇଥିଲା । ଅନ୍ୟପଟେ ପରିବାର ବର୍ଗଙ୍କ ସହ ଝିର ଝିରି, କୁମ୍ପି ଲଗାଇ ସମସ୍ତେ ଏକଜୁଟ ହୋଇ ଦୀପାବଳି ପାଳନ କରିଥିବା ବେଳେ ବ୍ୟବସାୟିକ ଅନୁଷ୍ଠାନ ସମ୍ମୁଖରେ ବାଣ ଫୁଟାଇ ଏହି ପର୍ବ ପାଳନ କରିଥିଲେ । ଛୋଟ ଛୋଟ ଛୁଆ ପ୍ରଥମ ଥର କରି ଝିର୍‌ଝିରି ଲଗାଇ ଦୀପାବଳି ପାଳନ କରୁଥିବା ଦେଖିବାକୁ ମିଳିଥିଲା । ଦେଖିବାକୁ ଗଲେ ହର୍ଷ ଉଲ୍ଲାସର ସହ ଚଳିତ ବର୍ଷ ଅତି ସୁନ୍ଦର ଭାବରେ ଦୀପାବଳି ପର୍ବ ପାଳନ କରାଯାଇଛି ।

ସେହିପରି ଟିଟିଲାଗଡ ନିକଟସ୍ଥ ବେଲପଦର ଗ୍ରାମର ଜଣେ ଚିତ୍ରକାର ଖିରୋଦ ସାଗର ନାଗ ମୁରୁଜ ସାହାର୍ଯ୍ୟରେ ଟିଟିଲାଗଡ଼ର ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ଅବିକଳ ଛବି ରଙ୍ଗୋଲି ମାଧ୍ୟମରେ ପ୍ରଦର୍ଶନ କରିବା ସହ ତାଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.