jayashree

ବିଡ଼ିଓ, ତହସିଲଦାରଙ୍କ ବଦଳି ପାଇଁ ଦାବି କଲେ ଦିବ୍ୟାଙ୍ଗ ସଂଘ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଭାତପୁର ପଞ୍ଚାୟତର ଏକ ନିରୀହ ଗରିବ ଆଦିବାସୀ ଦିବ୍ୟାଙ୍ଗ ଓଡିଶା ବିକଳାଙ୍ଗ ମଞ୍ଚ ରାୟଗଡା ଜିଲ୍ଲାର ସଭାପତି ରାକେଶ ହିମିରିକାଙ୍କ ସମ୍ପୂର୍ଣ୍ଣ ଦୁଇଟି ଚକ୍ଷୁ ଅନ୍ଧ । ଏହି ଦିବ୍ୟାଙ୍ଗ ଜଣକ ଭଙ୍ଗା ଘରେ ରହି ହଇରାଣ ହୋଇ ଜୀବନ କାଟୁଥିବା ବେଳେ ଜିଲ୍ଲାପାଳ, ତହସିଲଦାର ଓ ବିଡ଼ିଓଙ୍କୁ କହିବା ସତ୍ତ୍ୱେ ବିଷମକଟକ ତହସିଲଦାର କେ. ଭେଙ୍କେଟେଶ୍ୱର ରେଡ୍ଡୀ ଓ ଆର୍‌ଆଇ ଶ୍ରୀନିବାସ ଦିବ୍ୟାଙ୍ଗଙ୍କ ଘରର ଅବସ୍ଥା ଦେଖି ଆସିଥିଲେ ମଧ୍ୟ କୌଣସି ସରକାରୀ ଆର୍ଥିକ ସହାୟତାର ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ହୋଇ ପାରିନଥିବା ଅଭିଯୋଗ ହୋଇଛି । ଦିବ୍ୟାଙ୍ଗ ସଂଘ ବାରମ୍ବାର ମୋବାଇଲ ଯୋଗେ ଅଭିଯୋଗ କରିଥିଲେ ମଧ୍ୟ ତହସିଲଦାର ଏବଂ ବିଡ଼ିଓ ଫୋନ ଉଠାଇନଥିଲେ । ଦିବ୍ୟାଙ୍ଗମାନେ ଆସି ବାରମ୍ବାର ତହସିଲଦାର ଓ ବିଡ଼ିଓଙ୍କୁ କହିଥିଲେ ମଧ୍ୟ କଥା ବାହାନା କରି କୌଣସି ଗୁହାରି ଶୁଣୁନଥିବାରୁ ଆଜି ବିଷମକଟକ ପୋଲିସ ଥାନାରେ ଦିବ୍ୟାଙ୍ଗ ଭାଇଭଉଣୀ ମାନେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏଭଳି ତହସିଲଦାର ଓ ବିଡ଼ିଓଙ୍କୁ ଓଡିଶା ସରକାର କଣ ପାଇଁ ନିଯୁକ୍ତି କରିଛନ୍ତି । ଦିବ୍ୟାଙ୍ଗ ଭାଇଭଉଣୀ ମାନଙ୍କ କୌଣସି ସମସ୍ୟା ଜଣାଇଲେ ମଧ୍ୟ ସାହାଯ୍ୟ କରୁନାହାନ୍ତି । ଦିବ୍ୟାଙ୍ଗ ମାନଙ୍କ ପାଇଁ ଅନେକ ସାହାଯ୍ୟର ବ୍ୟବସ୍ଥା ସରକାରଙ୍କ ନିୟମ ଧାରାରେ ଅଛି କିନ୍ତୁ ସରକାରୀ ମୁଖ୍ୟ କାର୍ଯ୍ୟକର୍ତ୍ତା ମାନେ ଏଭଳି ଦିବ୍ୟାଙ୍ଗକୁ ଏମିତି ଅଣଦେଖା କରୁଥିବା ବେଳେ ବିଷମ କଟକ ତହସିଲଦାର ଏବଂ ବିଡ଼ିଓ ସାଧାରଣ ଜନତାଙ୍କୁ କେଉଁ ଭଳି ଜନସେବା କରୁଛନ୍ତି ବୋଲି ଦିବ୍ୟାଙ୍ଗମାନେ ପ୍ରଶ୍ନ କରିଛନ୍ତି । ଓଡିଶାର ଭିନ୍ନକ୍ଷମ ସାମାଜିକ ସୁରକ୍ଷା ଓ କଲ୍ୟାଣ ମନ୍ତ୍ରୀଙ୍କ ଦୃଷ୍ଟି ପକାଇବାକୁ ଦିବ୍ୟାଙ୍ଗ ମାନେ ଅନୁରୋଧ କରି ଗଣମାଧ୍ୟମ ଆଗରେ ଜଣାଇଥିଲେ ।

Leave A Reply

Your email address will not be published.