ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରତାଖଣ୍ଡିରେ ଫାଷ୍ଟ-ଏଡ ଦିବସ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ରତାଖଣ୍ଡି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ “ବିଶ୍ୱ ଫାଷ୍ଟ-ଏଡ୍ ଦିବସ” ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ବ୍ଲକ ଜୁନିୟର ରେଡ଼କ୍ରସ ସହ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଏବଂ ସମ୍ମାନିତ ଅତିଥି ଭାବେ ଲୋଇସିଂହା ବ୍ଲକ ସହ ସଂଯୋଜକ ଚକ୍ରପାଣି ଷଡ଼ଙ୍ଗୀ ଯୋଗ ଦେଇ ଜୁନିୟର ରେଡକ୍ରସର ମହତ୍ତ୍ଵ ଓ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସରୋଜ କୁମାର ବରିହାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଜୁନିୟର ରେଡ଼କ୍ରସ କାଉନସେଲର ଲୋକନାଥ ସାହୁ ସଭା ସଞ୍ଚାଳନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଛାତ୍ରଛାତ୍ରୀ ମାନଙ୍କୁ ଫାଷ୍ଟ-ଏଡ ବିଷୟରେ କିଛି ଡେମୋ ଦେଖାଇଥିଲେ । ବିଦ୍ୟାଳୟର ଶିକ୍ଷକ ରାମକୃଷ୍ଣ ପଣ୍ଡା, ବିଜୟ କୁମାର ପଧାନ, ଗୋବର୍ଦ୍ଧନ ବେହେରା, ଲୋଚନ ସାହୁ, ଶମ୍ଭୁପ୍ରସାଦ ସାଇ ପଟେଲ, ବୃନ୍ଦାବନ ଗଡତିଆ, ଗୌତମ ମେହେର, ଶିକ୍ଷୟିତ୍ରୀ ସୁଶ୍ରୀ ସୁଭଦ୍ରା କୁମ୍ଭାର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.