ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ ରାଉରକେଲା, ରାଉରକେଲା ଷ୍ଟିଲ ସିଟିର ୧୫ତମ ଅଧିଷ୍ଠାନ ଦିବସ ରାଉରକେଲା କ୍ଲବଠାରେ ଅନୁଷ୍ଠିତ ହୋଇଯାଇଛି । ରୋଟାରିଆନ ପୁତୁଲ ରାହୁଲଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରିଆନ ଅମିତ ଜୟସ୍ୱାଲ, ସ୍ୱତନ୍ତ୍ର ଅତିଥି ଭାବେ ଫାଷ୍ଟ ଲେଡି ପଲ୍ଲବୀ ଜୟସ୍ୱାଲ,ସମ୍ମାନିତ ଅତିଥି ଡିଜିଇ ରୋଟାରିଆନ ଆଲାମ ସିଂ ରୂପ୍ରା, ପିଡିଜି ଏଫ୍ସି ମହାନ୍ତି, ପିଡିଜି ମନଜିତ୍ ସିଂ ଆରୋରା, ପ୍ରବୀଣ ବେଦୀ, ହରପାଲ ରୂପ୍ରା, ହୀରାଲାଲ ମହାପାତ୍ର, ଡା. ମେହେର ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ପ୍ରାକ୍ତନ ସଭାପତି ରୋଟାରିଆନ ପିଉ ଗୁହା ଓ ସମ୍ପାଦିକା ରୋଟାରିଆନ ଡ. ସରିତା ମଲ୍ଲ ନବନିର୍ବାଚିତ ସଭାପତି ରୋଟାରିଆନ ବୀଣାପାଣି ରଥ ଓ ସମ୍ପାଦିକା ରୋଟାରିଆନ ରଶ୍ମି ମିଶ୍ରଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଥିଲେ । ପ୍ରାକ୍ତନ ସଭାପତି ଶ୍ରୀମତୀ ଗୁହା ଓ ସମ୍ପାଦିକା ଶ୍ରୀମତୀ ମଲ୍ଲ ବିଗତ ବର୍ଷର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରି ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ନୂତନ ସଭାପତି ଶ୍ରୀମତୀ ରଥ ଓ ସମ୍ପାଦିକା ଶ୍ରୀମତୀ ମିଶ୍ର ଶପଥ ପାଠ ସହ ୨୦୨୫-୨୬ ପାଇଁ ସମସ୍ତଙ୍କ ସହଯୋଗ କାମନା କରି ସାମାଜିକ ପ୍ରତିବଦ୍ଧତା ଓ ଦାୟିତ୍ଵକୁ ସଠିକ୍ ଭାବେ ତୁଳାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଷ୍ଟିଲ ସିଟିର ନୂତନ ଟିମ୍ ସଦସ୍ୟଙ୍କ ନାମ ଘୋଷଣା କରାଯାଇଥିଲା । ଏହି ଅବସରରେ ସାମ୍ବାଦିକତା କ୍ଷେତ୍ର ପାଇଁ କୁଞ୍ଜବିହାରୀ ରାଉତ ଓ ବିବେକାନନ୍ଦ ଦାସଙ୍କୁ ସମ୍ମାନିତ କରାଯାଇଥିଲା । ମୁଖ୍ୟ ଅତିଥି ଶ୍ରୀ ଜୟସ୍ୱାଲ ତାଙ୍କ ବକ୍ତବ୍ୟରେ ଷ୍ଟିଲ ସିଟିର କାର୍ଯ୍ୟକ୍ରମ ଆଗାମୀ ଦିନରେ ବଜାୟ ରଖି ସମସ୍ତଙ୍କ ପାଇଁ ଉଦାହରଣ ହେବ ବୋଲି ଆଶାବ୍ୟକ୍ତ କରିଥିଲେ । ରୋଟାରୀ କ୍ଲବ ନେତୃତ୍ଵ ନେବା, ସହନଶୀଳତା, ସହଭାଗିତା ଓ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ସୃଷ୍ଟି ସହ ସମାଜରେ ସଚେତନତା କାର୍ଯ୍ୟକ୍ରମ କରି ବେଶ ପ୍ରଶଂସା ସାଉଁଟିବା ସହ ଏହା ବିଶ୍ୱରେ ୨୨୦ଟି ଦେଶରେ କାର୍ଯ୍ୟ କରୁଛି ବୋଲି କହିଥିଲେ । ଉପଦେଷ୍ଟା ରୋଟାରିଆନ ଡ. ଅଞ୍ଜନା ମୈତ୍ର ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ରାଉରକେଲାର ବିଭିନ୍ନ ରୋଟାରୀ କ୍ଲବର ସଭାପତି, ସମ୍ପାଦକମାନେ ଉପସ୍ଥିତ ଥିଲେ । ଏହି ଅବସରରେ ୮ ଜଣ ନୂତନ ରୋଟାରିଆନ ସଦସ୍ୟତା ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ରୋଟାରିଆନ ଦିଲ୍ଲୀପ ଭୁଇ, ନିବେଦିତା ମହାନ୍ତି, ମଧୁଶ୍ରୀ କୁଣ୍ଡୁ, ନମିତା ମହାପାତ୍ର, ବିଭୁ ନାୟକ, ଚମ୍ପାବତୀ ଅମାତ, ସି. କେ. ଶର୍ମା, ରଶ୍ମିବାଳା ରାଉତରାୟ, ଅର୍ଚ୍ଚନା ମହାନ୍ତି, ଅର୍ଘ୍ୟ ଗୁହା, ଅସୀମା ମିଶ୍ର, ସନ୍ଧ୍ୟାରାଣୀ ବରାଳ, ଆଲୋକ ଦତ୍ତ, ବବିତା ମହାନ୍ତି, ଦୀପିକା ଦେ, କାବେରୀ ବାନାର୍ଜୀ, କୁଲଜିତ ସିଦ୍ଧୁ, ଲଳିତା ମୁଦୁଲି, ସନ୍ଧ୍ୟାରାଣୀ ସାହୁ, ଲଲାତି ଟପ୍ପୋ, ଏମ୍ଡି ଜିସାନ, ନମିତା ଆଚାର୍ଯ୍ୟ, ନୀଲମ ରତ୍ନାକର, ପୁନମ କାପୁର, ପି.କେ. ପତି, ପ୍ରୀତମ ସରକାର, ପ୍ରିୟଙ୍କା ସରକାର, ରଶ୍ମି ନାୟକ, ସଞ୍ଜୟ ମହାନ୍ତି, ସୁନିଲ ପଣ୍ଡା, ସୁଚିସ୍ମିତା ଚିନ୍ନରା, ସୁରଜ ନାୟକ, ଅସୀମା ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସମ୍ପାଦକ ରୋଟାରିଆନ ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Prev Post