jayashree

ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ୍‌ ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ମେ ୧ ତାରଖକୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଭାବେ ପାଳନ କରାଯାଏ । ଆଜି ସାରା ବିଶ୍ୱରେ ଶ୍ରମିକ ଦିବସ ପାଳନ କରାଯାଉଛି । ଏହି କ୍ରମରେ ଶ୍ରମଜୀବୀମାନଙ୍କର ଅଧିକାର ସମ୍ପର୍କରେ ଜନ ସଚେତନ ସୃଷ୍ଟି କରିବା ସହ ସମାଜ ପ୍ରତି ସେମାନଙ୍କ ଅବଦାନ ବିଷୟରେ ଅବଗତ କରିବା ଉଦ୍ଦେଶ୍ୟରେ ଆଜି ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ୍‌ ପକ୍ଷରୁ ଛେଣ୍ଡ ଚିନ୍ମୟ ସ୍କୁଲଛକ ଠାରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ କରାଯାଇଥିଲା । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଲୋଚ୍ୟ ବିଷୟ ପ୍ରଗତି ପଥରେ ଶ୍ରମିକର ଭୂମିକା ଏବଂ ଅଧିକାର ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବୁଦ୍ଧିଜୀବୀ ମହଲରୁ ଅନେକ ଅତିଥି ଯୋଗଦେଇ ଆଲୋଚ୍ୟ ବିଷୟ ସମ୍ପର୍କରେ ଆଲୋଚନା କରିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ଶ୍ରମିକ ଭାଇମାନଙ୍କ ଐତିହ୍ୟ, ପରମ୍ପରା, ସଂସ୍କୃତି, ଶକ୍ତି ତଥା ଦେଶର ଉନ୍ନତିରେ ଶ୍ରମିକଙ୍କ ଭୂମିକା ସମ୍ପର୍କରେ ଓ ଦେଶ ଆଗକୁ ବଢ଼ିବାକୁ ହେଲେ ଶ୍ରମିକଙ୍କ କୌଶିଳ ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ସେ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ସହରର ଜଣାଶୁଣା ବିଶିଷ୍ଟ ବ୍ୟକ୍ତି ପ୍ରମୁଖ ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହ ପ୍ରତିଷ୍ଠାତା ରବର୍ଟ ହାଇଫିଲ୍‌, ରଶ୍ମିତା ପଣ୍ଡା, ଦିବାକର ଦାସ, ସତ୍ୟମ୍ ମୋଦକ, ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । କଲ୍ୟାଣୀ ଦାସ ଧନ୍ୟବାଦ୍‌ ଅର୍ପଣ କରିଥିଲେ । ଶେଷରେ ଉପସ୍ଥିତ ଥିବା ଶତାଧିକ ଶ୍ରମିକ ଭାଇଭଉଣୀ ମାନଙ୍କୁ ପଣା ଏବଂ ମିଷ୍ଟାନ୍‌ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.