ଗରିମା ପରିବାରର ଉତ୍କଳ ଦିବସ ପାଳନ ଆଗାମୀ ଏପ୍ରିଲ ୨ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଗରିମା ପରିବାରର ଅଷ୍ଟମ ଉତ୍କଳ ଦିବସ ପାଳନ ଆସନ୍ତା ଏପ୍ରିଲ ମାସ ୨ ତାରିଖ ଦିନ ସିଭିକ ସେଣ୍ଟର ଠାରେ ପାଳନ କରାଯିବ । ଏନେଇ ଅନୁଷ୍ଠାନ ତରଫରୁ ସେକ୍ଟର ୨ ସେହେନାଇ ମଣ୍ଡପ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକଙ୍କୁ ସୂଚନା ଦେଇ କୁହାଯାଇଛି ଯେ, ଉକ୍ତ କାର୍ଯ୍ୟକ୍ରମରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟ, ସୁନ୍ଦରଗଡ ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ କୌର, ଦୀପିକା ମହିଳା ସଂହତିର ଉପସଭାପତି ପ୍ରତିଜ୍ଞା ପଲେଇ ଅତିଥି ଭାବେ ଯୋଗଦେବା ପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରର ସମାଜସେବୀ ଅନୁଶ୍ରୀ ଦାଶ ଓ ସୁନ୍ଦରଗଡ଼ର ଗୀତାଞ୍ଜଳି ଗୁରୁଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏହା ସହିତ ଓଡ଼ିଆ କଳା, ସଂସ୍କୃତି ଓ ନାରୀ ସଶକ୍ତିକରଣ ଆଧାରିତ ମନୋରଞ୍ଜନ କାର୍ଯ୍ୟକ୍ରମରେ ଓଡିଶୀ ନୃତ୍ୟ, ଆନନ୍ଦ ସୁନା ଗୃପ ଦ୍ଵାରା ନୃତ୍ୟ ପରିବେଷଣ, ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀଙ୍କୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଓ ନବଦୁର୍ଗା କାର୍ଯ୍ୟାକ୍ରମ ସହ ସ୍ୱର୍ଗତ ଅଭିଜିତ ମଜୁମଦାର ଓ ହ୍ୟୁମାନ ସାଗରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷା ନିହାରିକା ବସ୍ତିଆ, ସଭାପତି ମମତା ନାୟକ, ସମ୍ପାଦିକା ଡ. ସରିତା ମଲ୍ଲ, କାର୍ଯ୍ୟକ୍ରମର ସଂଯୋଜିକା ସୁମିତା ପଟ୍ଟନାୟକଙ୍କ ସହ ପ୍ରଣତୀ ପଟ୍ଟନାୟକ, ମୋନାଲିସା ସାହୁ, ମୋନାଲିସା ଗୌଡ଼, ଶଙ୍ଖରିନା ପ୍ରଧାନ, ଶାନ୍ତିଲତା ବାରିକ, ରେବତୀ ବାରିକ, ମୀନାକ୍ଷୀ ପାଢ଼ୀ, ରିମି ଚକ୍ରବର୍ତ୍ତୀ, ଶର୍ମିଲା ତ୍ରିପାଠୀ, ସନ୍ତୋଷୀ ମଲ୍ଲିକ, ଲୀନା ତ୍ରିପାଠୀ, ରଶ୍ମିତା ଚୌଧୁରୀ, ମମତା ଦାସ, ସୁନିତା ଶ୍ରୀନିବାସନ, ଦେବସ୍ମିତା ଶତପଥୀ, ମୀନତି ମୋଦୀ, ଲୁସି ଦାଶ, ସସ୍ମିତା ମିଶ୍ର, ତପସ୍ଵିନୀ ପାତ୍ର, ମଞ୍ଜୁ ରାଣୀ ମେହେର, ସବିତା ମହାପାତ୍ର, ରଶ୍ମି ନାୟକ, ଭାଗ୍ୟଶ୍ରୀ ଦାସ, ବ୍ରତୀ ପ୍ରଧାନ, ଗାୟିତ୍ରୀ ମହାନ୍ତି, ଶୁଭଲକ୍ଷ୍ମୀ ପାତ୍ର, ପ୍ରତିଷ୍ଠାତା ଶଙ୍କର ଜେନା ଓ ମୁଖ୍ୟ ଉପଦେଷ୍ଟା ରଶ୍ମିତ ସାହାଣୀ ପ୍ରମୁଖ ଉପସ୍ଥିତ ଥିଲେ । ସହରବାସୀ ବହୁ ସଂଖ୍ୟାରେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.