ଡିଏଆଇଏଫଆଇ ,ଏସ୍‌ଏଫ୍ ଆଇ ଓ ଶହୀଦ ଭଗତ ସିଂହ ସ୍ମୃତି କମିଟି ପକ୍ଷରୁ ୯୫ତମ ଶହୀଦ ଭଗତ ସିଂହ, ଶୁକଦେବ ଓ ରାଜଗୁରୁଙ୍କ ଫାଶୀ ଦିବସ ପାଳନ

  • ଦେଶ ଗଠନ ପାଇଁ ଆଜିର ଯୁବଛାତ୍ର ସମାଜ ଭଗତ ସିଂହଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ (ଡିଏଆଇଏଫ୍‌ଆଇ) ଭାରତର ଛାତ୍ର ଫେଡେରେସନ (ଏସ୍‌ଏଫ୍‌ଆଇ) ସୁନ୍ଦରଗଡ଼ ଜିଲ୍ଲା କମିଟି ଓ ଶହୀଦ ଭଗତ ସିଂହ ସ୍ମୃତି କମିଟି ପକ୍ଷରୁ ଆଜି ଭାରତର ସ୍ଵାଧୀନତା ଆନ୍ଦୋଳନର ମହାନ୍ କ୍ରାନ୍ତିକାରୀ ଶହୀଦ ଏ ଆଜମ ଶହୀଦ ଭଗତ ସିଂହ ଓ ଶୁକଦେବ, ରାଜଗୁରୁଙ୍କ ୯୫ତମ ଫାଶୀ ଦିବସ ଆଜି ରାଉରକେଲା ସ୍ଥିତ ଛେଣ୍ଡ କଲୋନୀ ସ୍ଥିତ ଶହୀଦ ଭଗତ ସିଂହଙ୍କ ପ୍ରତିମୂର୍ତ୍ତି ଠାରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶହୀଦ ଭଗତ ସିଂହ ସ୍ମୃତି କମିଟିର ଅଧ୍ୟକ୍ଷ ତଥା ବିଶିଷ୍ଟ ଶ୍ରମିକ ନେତା ବିଷ୍ଣୁ ମହାନ୍ତି ଯୋଗଦେଇ ଶହୀଦ ଭଗତ ସିଂହଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଭାରତର ସ୍ଵାଧୀନତା ଆନ୍ଦୋଳନରେ ଶହୀଦ ଭଗତ ସିଂହଙ୍କ ଅବଦାନ ସର୍ବଦା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି କହିଥିଲେ । ଇତିହାସକୁ ଯେତେ ବିକୃତ କଲେ ମଧ୍ୟ ଭାରତର ଜନଗଣ ବିଶେଷ କରି ଯୁବଛାତ୍ରଙ୍କ ମଧ୍ୟରେ ଶହୀଦ ଭଗତ ସିଂହ ଲୋକପ୍ରିୟତା ଶହୀଦ ଭଗତ ସିଂହ ଫାଶୀ ପାଇବାର ୯୫ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜିବି ତାଙ୍କୁ ମାନସ ପଟରେ ଜୀବିତ କରି ରଖିଛି । ଆଜିର ଦିନରେ ୧୯୩୧ ମସିହାରେ ଇଂରେଜ ସରକାର ଶହୀଦ ଭଗତ ସିଂହ, ଶୁକଦେବ ଓ ରାଜଗୁରୁଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦେଇଥିଲେ । କାର୍ଯ୍ୟକ୍ରମରେ ସ୍ମୃତି କମିଟିର ଉପାଧ୍ୟକ୍ଷ ଚନ୍ଦ୍ରଭାନୁ ଦାସ ସ୍ଵାଗତ ଭାଷଣ ଦେଇଥିବା ବେଳେ ସ୍ମୃତି କମିଟିର ସଂପାଦକ ରାଜ କିଶୋର ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଓ ସାଧାରଣ ସମ୍ପାଦକ ବିଶ୍ଵଜିତ ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଡିଏଆଇଏଫ୍‌ଆଇ ଜିଲ୍ଲା ସଭାପତି ଶେଖର ଶର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଐତିହାସିକ ପ୍ରଫେସର ଡ଼ଃ ପ୍ରଭାତ ମଲ୍ଲିକ ଆଜିର ଯୁବଛାତ୍ର ସମାଜ ଶହୀଦ ଭଗତ ସିଂହଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ଗଠନରେ ନିଜର ଯୋଗ୍ୟ ଭୂମିକା ପାଳନ କରିବାକୁ ଆହ୍ୱାନ କରିଥିଲେ । ବରିଷ୍ଠ ଆଇନଜୀବୀ ସୁଜୟ ପାଣି, ଗୁରୁଦ୍ଵାର ପ୍ରବନ୍ଧକ କମିଟିର ସନ୍ତୋକ ସିଂହ ପ୍ରମୁଖ ବକ୍ତବ୍ୟ ରଖି ଶହୀଦ ଭଗତ ସିଂହଙ୍କ ସ୍ମୃତି ଚାରଣ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଶ୍ରମିକ ନେତା ଜାହାଙ୍ଗୀର ଅଲ୍ଲୀ, ବିମାନ ମାଇତି, ବସନ୍ତ ନାୟକ, ବି ପି ମହାପାତ୍ର, ଶକୁନ୍ତଳା ମହାକୁଡ଼, ହୃଦୟାନନ୍ଦ ଯାଦବ, ସିପିଆଇଏମ୍ ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାଶ, ଗୁରୁଦ୍ଵାର ପ୍ରବନ୍ଧକ କମିଟିର ବଲବୀର ସିଂହ, ଗୁରୁମିତ୍ ସିଂହ, ଇନ୍ଦ୍ରଜିତ୍ ସିଂହ, ଦଲଜିତ ସିଂହ, ସି ସି ୟୁ ଏ ଆବାହକ ଭାଗିରଥି ଟୁଡୁ, ଶ୍ରମିକ ନେତା ପ୍ରଦୀପ ସେଠୀ, ଏନ୍ ଏନ୍ ପାଣିଗ୍ରାହୀ, ସଚିନ୍ ରାୟ, କୁଳମଣି ରାଉତ, ରତ୍ନାକର ନାୟକ, ଅଶୋକ ମିଶ୍ର, ବାସୁଦେବ ସାହୁ, ଲକ୍ଷ୍ମୀଧର ନାୟକ, ପ୍ରଭାତ ମହାନ୍ତି, ଦିବାକର ମହାରଣା, ଉଜ୍ଜ୍ୱଳ ପ୍ରଦୀପ ଦାସ, ଅରୁଣ ମହାରଣା, ସମାଜସେବୀ ଭରତ ବାଇ, ପରେଶ ବିଶ୍ଵାଳ, ସୁନିଲ ପଟ୍ଟନାୟକ, ଯୁବ ନେତା ସତ୍ୟମ ତନ୍ତୀ, ଆଇନଜୀବୀ ସନ୍ତୋଷ ବିଶ୍ୱାଳ, ପ୍ରମୋଦ ବାରିକ, ଅଶୋକ ଦାସ, ଆଦିତ୍ୟ ନାୟକ, ସି ଦିବାକର ରାଓ, ପ୍ରମୋଦ ପରିଡ଼ା ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଶହୀଦ ଭଗତ ସିଂହଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave A Reply

Your email address will not be published.