ରାଉରକେଲା, (ସସ୍ମିତା ପ୍ରଧାନ) : ନିୟାବଜାର ସରକାରୀ ଉଚ୍ଚବିଦ୍ୟାଳୟ ଓ ଓଡିଆ ଭାଷା ବିକାଶ ମଞ୍ଚର ମିଳିତ ଆନୁକୂଲ୍ୟରେ, କୂଳବୃଦ୍ଧ ମଧୁସୂଦନ ଦାସଙ୍କ ତିରୋଧାନ ଦିବସ, ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ମିନତି ବେହେରାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ମଧୁସୂଦନ ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅତିଥିଙ୍କ ଦ୍ଵାରା ଅର୍ପଣ କରାଯାଇଥିଲା । ମୁଖ୍ୟବକ୍ତା ନାଟ୍ୟକାର କବି ଆର୍ତ୍ତତ୍ରାଣ ମହାପାତ୍ର କହିଲେ, ଓଡିଶା ଇତିହାସର ଏକ, ଘଡିସନ୍ଧି ସମୟରେ ଜନ୍ମ ନେଇଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ । ତାଙ୍କ ଦେଶପ୍ରୀତି, ସ୍ଵାଭିମାନ ଓ ସୁଦୂର ପ୍ରସାରୀ ଚିନ୍ତାଧାରା ଓଡିଆ ଜାତିକୁ ବହୁଳ ଭାବରେ ପ୍ରଭାବିତ କରିଥିଲା । ଓଡ଼ିଶାର ସର୍ବବିଧ ଉନ୍ନତି, ସକାଶେ ପ୍ରଥମେ ଗଢିଥିଲେ, ଉତ୍କଳ ସଭା, ପରେ ତାଙ୍କରି ଉଦ୍ୟମରେ ଜନ୍ମ ନେଇଥିଲା ଉତ୍କଳ ସମ୍ମିଳନୀ । ମଧୁସୂଦନ ଦାସ ହେଉଛନ୍ତି. ଓଡ଼ିଆ, ଜାତୀୟତାବାଦର ମନ୍ତ୍ର ଦାତା ଓ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଆଦ୍ୟ ବିନ୍ଧାଣୀ । ସଭାପତି ଶ୍ରୀମତୀ ବେହେରା ତାଙ୍କ ଅଭିଭାଷଣରେ କହିଲେ- ଓଡିଆ ଭାଷା ବିକାଶ ମଞ୍ଚ, ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଓଡ଼ିଶାର ବରପୁତ୍ରମାନଙ୍କରପଜୟନ୍ତୀ ଓ ତିରୋଧାନ ଦିବସ ପାଳନ କରିବା ଦ୍ୱାରା ଛାତ୍ରଛାତ୍ରୀମାନେ ଓଡିଶାର ଇତିହାସ ସାହିତ୍ୟ ସଂସ୍କୃତି ସଂପର୍କରେ ଜ୍ଞାନ ଅର୍ଜନ କରୁଛନ୍ତି । ମଧୁବାବୁ ଓଡ଼ିଶାର ବିଛିନ୍ନାଞ୍ଚଳର ଏକତ୍ରିକରଣ ପାଇଁ ସାରା ଜୀବନ ସେ ସଂଗ୍ରାମ କରିଥିଲେ । ଏହି ସଭାର ବିଦ୍ୟାଳୟର ଛାତ୍ରଛତ୍ରୀମାନେ ମଧୁବାବୁଙ୍କ ଜୀବନ ଦର୍ଶନ ଉପରେ ଲିଖିତ ପ୍ରବନ୍ଧ ପାଠକରି ପୁରସ୍କୃତ ହୋଇଥିଲେ । ଏହି, ସଭାରେ ସହଯୋଗ, କରିଥିଲେ, ଶିକ୍ଷୟିତ୍ରୀ ଜ୍ୟୋସ୍ନାରାଣୀ ବେହେରା, ମାଧୁରୀ ନାୟକ, ,ରୋନିତା ତିର୍କି, ଲିନିତା ପ୍ରଧାନ, ଭୋଜରାଜ କାଲୁ, ଶିକ୍ଷକ ଚିନ୍ମୟ ନାୟକ, ଧନଞ୍ଜୟ ମଲ୍ଲିକ । ଶେଷରେ ଧନ୍ୟବାଦ ଦେଇଥିଲେ ସୁନିତା କୁଲୁ ।